ଓଡିଶା

odisha

‘ସାଉଦି ଆରବରୁ ଭାରତକୁ ଆସିବ ୧୦୦ରୁ ଊର୍ଦ୍ଧ୍ବ ଆଇଏସଓ କଣ୍ଟେନର’

By

Published : May 30, 2021, 12:53 PM IST

ସାରାଦେଶ ଏବେ ମହାମାରୀ କୋରୋନାର ଦ୍ବିତୀୟ ଲହର ସହ ଲଢୁଥିବା ବେଳେ ଉପରେ ଅକ୍ସିଜେନ ଅଭାବ । ଏଭଳି ସ୍ଥିତିରେ ଭାରତକୁ ଅକ୍ସିଜେନ କଣ୍ଟେନର ସପ୍ଲାଏ କରିବ ସାଉଦିଆରବ । ଅଧିକ ପଢନ୍ତୁ...

ସାଉଦିଆରବରୁ ଭାରତକୁ ଆସିବ ୧୦୦ରୁ ଉର୍ଦ୍ଧ୍ବ ଆଇଏସଓ କଣ୍ଟେନର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସାଉଦିଆରବରୁ ଭାରତକୁ ଆସିବ ୧୦୦ରୁ ଉର୍ଦ୍ଧ୍ବ ଆଇଏସଓ କଣ୍ଟେନର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ସାରାଦେଶ ଏବେ ମହାମାରୀ କୋରୋନାର ଦ୍ବିତୀୟ ଲହର ସହ ଲଢୁଥିବା ବେଳେ ଉପରେ ଅକ୍ସିଜେନ ଅଭାବ । ଏନେଇ ସାରାବିଶ୍ବ ଏବେ ସହାୟତାର ହାତ ବଢାଇଛି ଭାରତକୁ । ତେବେ ଏଭଳି ସ୍ଥିତିରେ ଭାରତକୁ ଅକ୍ସିଜେନ କଣ୍ଟେନର ସପ୍ଲାଏ କରିବ ସାଉଦି ଆରବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସୂଚନା ଦେଇଛନ୍ତି । ଭାରତକୁ ସାଉଦି ଆରବ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ୧୦୦ରୁ ଊର୍ଦ୍ଧ୍ବ ଆଇଏସଓ କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଶେହଜାଦେ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କଣ୍ଟେନର ଜୁନ ୬ ରେ ମୁମ୍ବାଇରେ ପହଞ୍ଚିବ। ସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସଓ କଣ୍ଟେନର ସାଉଦିଆରବରୁ ଆସିବା ନେଇ ପ୍ରଧାନ ଶନିବାର ଟ୍ବିଟ କରି କହିଛନ୍ତି । ଏହି ୩ କଂଟେନର ଏବଂ ଆଗାମୀ ଦିନରେ ଆସିବାକୁ ଥିବା କଣ୍ଟେନରଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ ।

ଉଲ୍ଲେଖନୀୟ କଥା ହେଉଛି, ଏହାପୂର୍ବରୁ ମଧ୍ୟ ସାଉଦି ଆରବ ଭାରତକୁ 80 ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ, 60 ଟନ୍ ଅକ୍ସିଜେନ ସହିତ 3 କଣ୍ଟେନର ଏବଂ 100 ଟି ଅଲଗା କଣ୍ଟେନର ପଠାଇଛି ।

ABOUT THE AUTHOR

...view details