ନୂଆଦିଲ୍ଲୀ:ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା APP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସିଧାସଳଖ ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ତଥା ଦେଶଭକ୍ତ ବୋଲି କହିବା ପରେ ବିଜେପି ଆକ୍ରମଣାତ୍ମକ ଭଙ୍ଗୀକୁ ଆସିଛି । କେଜ୍ରିଓ୍ବାଲ କହିଛନ୍ତି ଜୈନ ଜଣେ ରାଷ୍ଟ୍ରଭକ୍ତ, ତାଙ୍କ ପ୍ରଚେଷ୍ଟାରେ ଦିଲ୍ଲୀରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଧୁରିଛି । ଦିଲ୍ଲୀ ସମେତ ବିଶ୍ବର ବିଭିନ୍ନ ପ୍ରାନ୍ତର ଲୋକ ମୋହଲା କ୍ଲିନିକରେ ଚିକିତ୍ସା ସେବା ପାଇବାରେ ସକ୍ଷମ ହେଉଛନ୍ତି । ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିବା ଉଚିତ ବୋଲି କେଜ୍ରିଓ୍ବାଲ କହିଥିଲେ ।
ସେହିପରି ଜୈନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇବା ସହ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ମଧ୍ୟ କେଜ୍ରିଓ୍ବାଲ କହିଛନ୍ତି । ତେବେ କେଜ୍ରିଓ୍ବାଲଙ୍କ ଏପରି କ୍ଲିନଚିଟ ପରେ ଏହାକୁ କଡା ସମାଲୋଚନା କରିଛି ବିଜେପି । ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରେସମିଟ କରି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି ।