ଓଡିଶା

odisha

ETV Bharat / bharat

ଆଉ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିବନି ଭିଆଇପି ସେବା, ଛଡାଇ ନିଆଗଲା ସମସ୍ତ ସୁବିଧା - ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସେବା

ତିହାର ଜେଲରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯାଉଥିବା ସମସ୍ତ ସେବା ଉପରେ ଲାଗିଲା ରୋକ । ଅଧିକ ପଢନ୍ତୁ

satyendra jain
satyendra jain

By

Published : Dec 20, 2022, 7:51 AM IST

ନୂଆଦିଲ୍ଲୀ:ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲରେ ଦିଆଯାଉଛି ଭିଆଇପି ସେବା । ଏନେଇ ଭିଡିଓ ସାମ୍ନାକୁ ଆସିବା ପରେ ଏକ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏବେ ଏହି ଘଟଣାର ରିପୋର୍ଟ ଏଲଜିକୁ ହସ୍ତାନ୍ତର କରିଛି ତଦନ୍ତକାରୀ କମିଟି । ଏହାପରେ ଏଲଜିଙ୍କ ନିର୍ଦ୍ଦେଶ ପରେ ସତ୍ୟେନ୍ଦ୍ର ଜୈନଙ୍କଠାରୁ ଜେଲରେ ଦିଆଯାଉଥିବା ସମସ୍ତ ସୁବିଧା ଛଡାଇ ନିଆଯାଇଛି(Satyendra Jain will not get vip treatment in jail) । ଏଥିସହ କିଛି ଦିନ ପର୍ଯ୍ୟନ୍ତ ଜେଲରେ ତାଙ୍କୁ କେହି ନଭେଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜେଲ୍‌ ମାନୁଆଲଙ୍କ ଅନୁଯାୟୀ ଏଲଜି ଏହି ନିଷ୍ପତ୍ତି ନେଇଛନ୍ତି ।

ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ ଏବଂ ସୁସ୍ବାଦୁ ଖାଦ୍ୟର ପରସା ଯାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ଏଲଜି ଦିଲ୍ଲୀ ସରକାରଙ୍କ ଗୃହ ବିଭାଗର ମୁଖ୍ୟ ଶାସନ ସଚିବ ଅଶ୍ୱାନୀ କୁମାରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା । ଏଥିରେ ଆଇନ ବିଭାଗର ମୁଖ୍ୟ ସଚିବ ଏବଂ ଭିଜିଲାନ୍ସ ବିଭାଗର ସଚିବ ମଧ୍ୟ ସାମିଲ ହୋଇଥିଲେ । କମିଟି ଏହାର ରିପୋର୍ଟରେ ଜେଲ୍‌ ପରିଚାଳନା ସହ ଜଡିତ ଅନେକ ତ୍ରୁଟି ଉପରେ ମଧ୍ୟ ଉଲ୍ଲେଖ କରିଛି । ଏହା ସହିତ ଏହାକୁ ହଟାଇବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।

ଯାଞ୍ଚ କମିଟି ଜାଣିବାକୁ ପାଇଲା ଯେ ଜେଲ୍‌ରେ ଥିବା ବହୁ ପ୍ରଭାବଶାଳୀ ଏବଂ ବେତନପ୍ରାପ୍ତ କଏଦୀମାନେ ଅନ୍ୟ କଏଦୀମାନଙ୍କ ଜେଲ୍‌ ଆକାଉଣ୍ଟ କାର୍ଡ୍‌ର ଅପବ୍ୟବହାର କରୁଛନ୍ତି । ଏହାକୁ ରୋକିବା ପାଇଁ କମିଟି ଜେଲ ମହାନିର୍ଦ୍ଦେଶକଙ୍କୁ କାର୍ଡର ଉପଯୁକ୍ତ ବ୍ୟବହାର ତଥା ଏକ ବାୟୋମେଟ୍ରିକ୍ ସିଷ୍ଟମ ଲାଗୁ କରିବା ପାଇଁ ଏକ ନୂତନ SOP ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଜେଲରେ ଥିବା ଅନ୍ତେବାସୀଙ୍କୁ ପ୍ରଲୋଭନ ତଥା ସେମାନଙ୍କୁ ଭୟଭୀତ କରାଇ ପ୍ରଭଶାଳୀ କଏଦୀମାନେ ସେମାନଙ୍କ କାମରେ ଲଗାଉଛନ୍ତି । ତେଣୁ ଏହା ଉପରେ ରୋକ୍‌ ଲଗାଇବାକୁ ଏସଓପି ପ୍ରସ୍ତୁତ କରିବାକୁ କମିଟି ମଧ୍ୟ ପରାମର୍ଶ ଦେଇଛି।

ଗତ ନଭେମ୍ବର ୧୯ ତାରିଖରେ ଜେଲ ଭିତରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡି ମାଲିସ ଦିଆଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ମନ୍ତ୍ରୀ ଖଟ ଉପରେ ଆରାମରେ ଶୋଇ କିଛି କାଗଜପତ୍ର ଦେଖୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଦ ମାଲିସ କରୁଥିଲେ । ଏହାପରେ ନଭେମ୍ବର ୨୩ ତାରିଖରେ ତିହାର ଜେଲ୍‌ ଭିତରେ ମନ୍ତ୍ରୀଙ୍କୁ ଉତ୍କୃଷ୍ଟମାନର ଖାଦ୍ୟ ପରସା ଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ଆପ୍ ନେତା ସ୍ବାଦିଷ୍ଟ ମିଲ୍ ସାଙ୍ଗକୁ, ସେଓ, କମଳା, କଦଳୀ ଭଳି ଫଳ ଖାଉଥିବାର ଦେଖିବାକୁ ମିଳିଥିଲା । ନଭେମ୍ବର ୨୬ ତାରିଖରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜେଲ୍‌ରେ ମନ୍ତ୍ରୀ ବୈଠକ କରୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ୨୭ ତାରିଖରେ ସେ ରହୁଥିବା ଜେଲ୍‌ରେ ତାଙ୍କ ସେଲ୍ ଚଟାଣକୁ ପୋଛା ଯାଉଥିବା ବେଳେ କାରପେଟ୍ ବଦଳାଯାଉଛି ଓ ବେଡସିଟ୍ ମଧ୍ୟ ବିଛାଯାଉଥିବା ଦେଖିବାକୁ ମିଳିଥିଲା । ଆପ୍ ମନ୍ତ୍ରୀଙ୍କୁ ୮ରୁ ୧୦ ଜଣ ଲୋକେ ସେବା ଯୋଗାଉଥିବା କହି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା(Shehzad Poonawalla) ଏହି ଭିଡିଓଟିକୁ ସେୟାର କରିଥିଲେ ।

For All Latest Updates

ABOUT THE AUTHOR

...view details