ଓଡିଶା

odisha

ETV Bharat / bharat

ଜୟଲଳିତା ମୃତ୍ୟୁ ପାଇଁ ଶଶିକଳା ଦାୟୀ ! କମିଶନର ତଦନ୍ତ ରିପୋର୍ଟକୁ ଖଣ୍ଡନ - ଶଶିକଳା

ଜୟଲଳିତାଙ୍କୁ ମୃତ୍ୟୁ ଘଟଣାରେ ଶଶିକଳାଙ୍କ ସମେତ ୪ ଜଣଙ୍କ ଭୂମିକାରେ ସନ୍ଦେହ ପ୍ରକଟ କଲା ତଦନ୍ତ କରୁଥିବା ଅରୁମୁଘସ୍ବାମୀ କମିଶନ । ନିଜ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଶଶୀକଳା । ଅଧିକ ପଢନ୍ତୁ

ଜୟଲଳିତା ମୃତ୍ୟୁ ପାଇଁ ଶଶିକଳା ଦାୟୀ ! ତଦନ୍ତ ରିପୋର୍ଟକୁ ଖଣ୍ଡନ
ଜୟଲଳିତା ମୃତ୍ୟୁ ପାଇଁ ଶଶିକଳା ଦାୟୀ ! ତଦନ୍ତ ରିପୋର୍ଟକୁ ଖଣ୍ଡନ

By

Published : Oct 19, 2022, 10:44 AM IST

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛରେ( Jayalalithaa death) ତାଙ୍କର ଘନିଷ୍ଠ ସହଯୋଗୀ ଶଶିକଳାଙ୍କ ଭୂମିକା ସନ୍ଦେହ ଜନକ ରହିଛି । ଜୟଲଳିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଅରୁମୁଘସ୍ବାମୀ ତଦନ୍ତ କମିଶନ(Arumughaswamy Commission) ନିଜ ରିପୋର୍ଟରେ ଶଶିକଳାଙ୍କ ସମେତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟ ଶଙ୍କର, ପୂର୍ବତନ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ ଓ ଜୟଲଳିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କେଏସ ଶିବକୁମାରଙ୍କୁ ଦାୟୀ କରିଛି । କମିଶନ ଏହି ଚାରି ଜଣଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ଜୟଲଳିତା ମୃତ୍ୟୁ ପାଇଁ ଶଶିକଳା ଦାୟୀ ! କମିଶନର ତଦନ୍ତ ରିପୋର୍ଟକୁ ଖଣ୍ଡନ

ଏଆଇଏଡିଏମକେ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ କରୁଥିବା ଅରୁମୁଘସ୍ବାମୀ କମିଶନ ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ୬୦୮ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରିଥିଲେ । ଜୟଲଳିତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ସମେତ ୪ ଜଣଙ୍କ ଭୂମିକାରେ ତ୍ରୁଟି ରହିଛି । ତେଣୁ ସେମାନଙ୍କ ବିରୁଦ୍ଧରେ ତଦନ୍ତ କରାଯିବା ଜରୁରୀ ବୋଲି କମିଶନ କହିଥିଲେ । ତେବେ ତଦନ୍ତ କମିଟିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶଶିକଳା ।

ଶଶିକଳା କହିଛନ୍ତି,''କମିଶନ ରିପୋର୍ଟରେ ମୋ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ମୁଁ ଅସ୍ବୀକାର କରୁଛି । ଜେ ଜୟଲଳିତାଙ୍କ(AIADMK leader J Jayalalithaa) ମେଡିକାଲ ଚିକିତ୍ସାରେ ମୁଁ କଦାପି ହସ୍ତକ୍ଷେପ କରିନଥିଲି । ତେଣୁ ଏହି ଘଟଣାରେ ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ଅଛି ।''

ପ୍ରକାଶ ଥାଉକି, ଗତ ଅଗଷ୍ଟରେ ଜୟଲଳିତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ଅରୁମୁଘସ୍ବାମୀ କମିଶନ(Justice Arumughaswamy Commission) ତାମିଲନାଡୁ ସରକାରଙ୍କ ନିକଟରେ ଏହାର ରିପୋର୍ଟ ଦାଖଲ କରିଥିଲେ । କମିଟିର ମୁଖ୍ୟ ଜଷ୍ଟିସ୍ ଅରୁମୁଘସ୍ବାମୀ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ରିପୋର୍ଟ ଦେଇଥିଲେ । ୧୫୯ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଇଂରାଜୀରେ ୫୦୦ ପୃଷ୍ଠାର ରିପୋର୍ଟ ଏବଂ ତାମିଲରେ ପ୍ରାୟ ୬୦୦ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଜୟଲଳିତାଙ୍କ ମୃତ୍ୟୁ ମାମଲା, ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କଲା ତଦନ୍ତ କମିଶନ

୨୦୧୬ ଡିସେମ୍ବର ୫ ତାରିଖ ରାତି ସାଢେ ୧୧ଟା ସମୟରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଡିସେମ୍ବର ୪ ତାରିଖ ଅପରାହ୍ନ ୩ଟା ୫୦ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ତେଣୁ ତାଙ୍କର ମୃତ୍ୟୁକୁ ନେଇ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା ଏବଂ ରାଜନୀତି ଜୋର୍ ଧରିଥିଲା । ତେଣୁ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ କମିଶନ ଗଠନ କରାଯାଇଥିଲା । ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି(Madras High Court) ଜଷ୍ଟିସ୍ ଅରୁମୁଘସ୍ବାମୀ((Justice Arumughaswamy) କମିଶନର ନେତୃତ୍ବ ନେଇଥିଲେ ।

ABOUT THE AUTHOR

...view details