ନୂଆଦିଲ୍ଲୀ:ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇପାରନ୍ତି । ଗତକାଲି ଏନେଇ ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଦିଲ୍ଲୀରେ ପହଞ୍ଚିଥିଲେ ସର୍ବାନନ୍ଦ ସୋନଓ୍ବାଲ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ସୋନୋଓ୍ବାଲ ।
କେନ୍ଦ୍ର ମନ୍ତ୍ରୀ ପରିଷଦରେ ସମ୍ପ୍ରସାରଣ ଏବଂ ପୁନଃନିର୍ମାଣକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଦିଲ୍ଲୀରେ ପହଞ୍ଚିବା ପରେ ସୋନୋଓ୍ବାଲଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବା ନେଇ କଳ୍ପନାଜଳ୍ପନା ଚାଲିଛି।ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ବିଜେପିର ବରିଷ୍ଠ ନେତାମାନଙ୍କୁ ଭେଟି ପାରନ୍ତି ।