ମୁମ୍ବାଇ:ମାୟା ନଗରୀରେ ଲିଭ୍ ଇନ ପାର୍ଟନରକୁ ବୀଭତ୍ସ ହତ୍ୟା ଘଟଣାରେ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ମନୋଜ ସେନ ଯୌନ ପିପାସୁ ଥିଲା । ସେ ସବୁବେଳେ ପର୍ଣ୍ଣ ଫିଲ୍ମ ଦେଖୁଥିଲା । ଅଶ୍ଲୀଳ ୱେବସାଇଟରେ ଖୁବ୍ ସକ୍ରିୟ ରହୁଥିଲା । ଏମିତିକି ହାଜେଲ, ଓକେ କୁପିଡ୍ ଭଳି ଡେଟିଂ ଆପ୍ରେ ଅଜଣା ଝିଅମାନଙ୍କ ସହ ଚାଟିଂ କରୁଥିଲା । ଏ ସମ୍ପର୍କରେ ଲିଭ୍ ଇନ ପାର୍ଟନର ସରସ୍ବତୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁ କାରଣରୁ ମନୋଜ ତାଙ୍କୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଗୋଟିଏ ପଟେ ଅଭିଯୁକ୍ତ ନିଜକୁ HIV ସଂକ୍ରମିତ କହୁଥିବା ବେଳେ ସେ ସେକ୍ସ ଆଡିକ୍ଟେଡ ଥିବା କଥା ପୋଲିସ କହିଛି ।
ମୋବାଇଲରୁ ମିଳିଲା ଅଶ୍ଲୀଳ ଫଟୋ:ମନୋଜ ସେନ ମୋବାଇଲରୁ ଅନେକ ଅଶ୍ଳୀଳ ଫଟୋ ମିଳିଛି । ବିଭିନ୍ନ ଡେଟିଂ ଆପ୍ ଜରିଆରେ ସେ ଝିଅମାନଙ୍କ ସହ ସମ୍ପର୍କରେ ରହୁଥିଲା । ପର୍ଣ୍ଣ ୱେବସାଇଟ ଦେଖୁଥିଲା । ଏହି କାରଣରୁ ପାଟିତୁଣ୍ଡ ହେବାରୁ ଏହାକୁ କେନ୍ଦ୍ରକରି ଅଭିଯୁକ୍ତ ହତ୍ୟା କରିଛି ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ମନୋଜ ନିଜକୁ ନଂପୁସକ ବୋଲି ଦାବି କରିଛି । ସେ ଗମ୍ଭୀର ରୋଗରେ ପୀଡିତ ଥିବା କହୁଥିବାରୁ ଦୁଇ ତିନି ଦିନ ମଧ୍ୟରେ ତା'ର ମେଡିକାଲ ଯାଞ୍ଚ କରାଯିବ ବୋଲି ପୋଲିସ ଜଣାଇଛି । ସେହିପରି ସରସ୍ବତୀ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଦାବି କରୁଥିବା ବେଳେ ପୋଲିସ ଏହାକୁ ଗ୍ରହଣ କରୁନି । ତେବେ କେମିତି ସେ ସରସ୍ବତୀଙ୍କୁ ହତ୍ୟା କଲା ତାହା ଏ ଯାଏଁ ଜଣାପଡିନି ।