ଓଡିଶା

odisha

By

Published : Jun 16, 2023, 8:18 PM IST

ETV Bharat / bharat

ଶାହଙ୍କୁ ଭେଟିବେ ସନ୍ତୋଷ ମାଞ୍ଝୀ, ନୀତିଶଙ୍କ କ୍ୟାବିନେଟରୁ ଦେଇଛନ୍ତି ଇସ୍ତଫା

ଏନଡିଏ ସହିତ ମହାମେଣ୍ଟ ଗଠନ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାର ଅଧ୍ୟକ୍ଷ ସନ୍ତୋଷ ମାଞ୍ଝୀ । ନୀତିଶ ସରକାରଙ୍କ ମନ୍ତ୍ରୀମଣ୍ଡଳରୁ ଦେଇଛନ୍ତି ଇସ୍ତଫା । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାର ଅଧ୍ୟକ୍ଷ ସନ୍ତୋଷ ସୁମନ ମାଞ୍ଝୀ । ଏନଡିଏ ସହିତ ମହାମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ଦିଲ୍ଲୀରେ ଶାହଙ୍କୁ ଭେଟିବାକୁ ଯାଇଛନ୍ତି । ତେବେ ହମ୍‌ ନେତା ସନ୍ତୋଷ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଯିବେ ବୋଲି ସୂଚନା ମିଳିଛି ।

ଆସନ୍ତା 19 ତାରିଖରେ ହମ (HAM) ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ କାର୍ଯ୍ୟକାରୀ ବୈଠକ। ଏହା ପୂର୍ବରୁ ନୀତିଶ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ସନ୍ତୋଷ ଗତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଜେଡିୟୁ ମେଣ୍ଟ ଗଠନ ଲାଗି ଚାପ ପକାଉଛି। ମେଣ୍ଟ ଗଠନ ପରେ ତାଙ୍କ ଦଳ (HAM) ଅସ୍ତିତ୍ବ ଓ ନିଜର ସ୍ବତନ୍ତ୍ର ପରିଚୟ ହରାଇବ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ସନ୍ତୋଷଙ୍କ ପିତା ଜିତନ ମାଞ୍ଝୀ ଜେଡିୟୁରୁ ଅଲଗା ହେବା ପରେ ହମ ଦଳ ଗଠନ କରିଥିଲେ ।

ଏହା ବି ପଢନ୍ତୁ- Renaming Nehru Memorial Museum: ଶସ୍ତା ମାନସିକତା କହି କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ

ତେବେ ଆସନ୍ତା 19 ତାରିଖରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ସନ୍ତୋଷ ସୁମନ ଓ ପିତା ଜିତନ ରାମ ମାଝୀ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥଙ୍କୁ ଭେଟି ମହାମେଣ୍ଟରୁ ଓହରିବା ନେଇ ଘୋଷଣା କରିବେ। ଏହାପରେ ଉଭୟ ଦିଲ୍ଲୀ ଅଭିମୁଖେ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ବୈଠକ କରିବେ। ଏହି ବୈଠକରେ ଏନଡିଏ ସହିତ ସାମିଲ ନେଇ ଆଲୋଚନା ହେବା ପରେ ଏନଡିଏ ମହାମେଣ୍ଟ ନେଇ ଘୋଷଣା କରାଯିବ। ଏବେ ହିନ୍ଦୁସ୍ତାନୀ ଆବାମା ମୋର୍ଚ୍ଚାର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ପୂର୍ବତନ ମନ୍ତ୍ରୀ ସନ୍ତୋଷ ସୁମନ ଇସ୍ତଫା ଦେବା ପରେ ନୀତିଶ ସରକାରକୁ ସମାଲୋଚନା କରିଥିଲେଷ। ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ଦଳର ମହାମେଣ୍ଟକୁ ମଜଭୁତ କରିବାରେ ଲାଗିଛନ୍ତି। 2024 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ପାଇଁ ସେ ମଇଦାନ ଛାଡ଼ିବାକୁ ପ୍ରସ୍ତୁତ ହେଲେଣି। ବିଜେପି ବିରୋଧୀ ଦଳର ମହାମେଣ୍ଟ ଲାଗି ଯେଉଁ ବୈଠକ ହେଉଛି ସେଥିରେ ସମସ୍ତ ଦଳ ମହତ୍ବକାଂକ୍ଷୀ। ଏଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 2024 ନିର୍ବାଚନରେ କେହି ବି ଟକ୍କର ଦେଇପାରିବେ ନାହିଁ।" 2024ରେ ପୁଣି ମୋଦି ଶାସନ କ୍ଷମତା ବଜାୟ ରଖିବେ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details