ଓଡିଶା

odisha

ETV Bharat / bharat

‘ସଂସ୍କୃତ ଭାଷା ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ’ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂସ୍କୃତ ସପ୍ତାହ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ସଂସ୍କୃତ ଭାଷା ଏତେ ସମୃଦ୍ଧ ଯେ ଏହା ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ। ଅଧିକ ପଢନ୍ତୁ...

‘ସଂସ୍କୃତ ଭାଷା ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ ’
‘ସଂସ୍କୃତ ଭାଷା ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ ’

By

Published : Aug 19, 2021, 12:13 PM IST

ନୂଆଦିଲ୍ଲୀ: ସଂସ୍କୃତ ସପ୍ତାହ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସ୍କୃତ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି । ଏହି ପ୍ରାଚୀନ ଭାଷାର ପ୍ରଚାର ଏବଂ ପ୍ରସାର ପାଇଁ ଅଗଷ୍ଟ 25 ପର୍ଯ୍ୟନ୍ତ ପାଳନ କରାଯିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଭାଷା ଏତେ ସମୃଦ୍ଧ ଯେ ଏହା ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ। ଆଧୁନିକ ଜ୍ଞାନ କୌଶଳ ସାହାଯ୍ୟରେ ସଂସ୍କୃତ ଭାଷା ଲୋକଙ୍କ ନିକଟରେ ପହଞ୍ଚୁଛି। ଯାହା ଆଗାମୀ ପୀଢି ପାଇଁ ବେଶ ଉପଯୋଗୀ ହେବ ।

ସମଗ୍ର ବିଶ୍ୱରେ ସଂସ୍କୃତର ଲୋକପ୍ରିୟତା ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଶାବ୍ୟକ୍ତ କରିଛନ୍ତି ଯେ, ସଂସ୍କୃତ ସପ୍ତାହ ଲୋକମାନଙ୍କ ମଧ୍ୟରେ ନୂତନ ଆଗ୍ରହ ଏବଂ ଉତ୍ସାହ ସୃଷ୍ଟି କରିବ । ଯାହା ସଂସ୍କୃତ ଭାଷାର ପ୍ରସାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details