ନୂଆଦିଲ୍ଲୀ: ସ୍ମାର୍ଟ ଫୋନରେ ଦେଖିହେବ ଉଭୟ ଗୃହରୁ ସିଧା ପ୍ରସାରଣ । ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି(ମଙ୍ଗଳବାର) ସଂସଦର ପ୍ରକ୍ରିୟାକୁ ଟେଲିକାଷ୍ଟ କରିବା ପାଇଁ ଏକ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଏହି ଆପ୍ ମାଧ୍ୟମରେ ଆପଣ ମୋବାଇଲରେ ହିଁ ସଂସଦର ଲାଇଭ୍ ପ୍ରକ୍ରିୟା ଦେଖିପାରିବେ |
ଏହି ଆପ୍ ମାଧ୍ୟମରେ ଲୋକମାନେ ସଦନର ଲାଇଭ୍ ଟେଲିକାଷ୍ଟ ତଥା ଦୈନନ୍ଦିନ କାର୍ଯ୍ୟ ସହ ଜଡିତ ଦଲିଲଗୁଡ଼ିକୁ ଦେଖିପାରିବେ । ଏହି ଆପ୍ ଉନ୍ମୋଚନ ଅବସରରେ ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ କହିଛନ୍ତି ଯେ, ଆପଣଙ୍କ ବ୍ୟବହାର ପାଇଁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି, ଏହି ଆପ୍ ମାଧ୍ୟମରେ ଆପଣ ମୋବାଇଲ୍ ଫୋନ୍ କିମ୍ବା ଟାବଲେଟରୁ ସଂସଦର ପ୍ରକ୍ରିୟାର ଲାଇଭ୍ ପ୍ରସାରଣ ଦେଖିପାରିବେ।