ଓଡିଶା

odisha

ETV Bharat / bharat

ସଞ୍ଜୟ ସିଂ ମୋର ସମ୍ପର୍କୀୟ ନୁହନ୍ତି, ମୁଁ କୁସ୍ତିରୁ ସନ୍ନ୍ୟାସ ନେଇ ସାରିଛି: ବ୍ରିଜଭୂଷଣ - ସଞ୍ଜୟ ସିଂ

Brij Bhushan on WFI suspension: ପ୍ରେସମିଟ କରି ମୁହଁ ଖୋଲିଲେ ବ୍ରିଜଭୂଷଣ । କହିଲେ ସଞ୍ଜୟ ସିଂ ତାଙ୍କର ସମ୍ପର୍କୀୟ ନୁହନ୍ତି, ସେ କୁସ୍ତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଅଧିକ ପଢ଼ନ୍ତୁ

ସଞ୍ଜୟ ସିଂ ମୋ ସମ୍ପର୍କୀୟ ନୁହନ୍ତି: ବ୍ରିଜଭୂଷଣ
ସଞ୍ଜୟ ସିଂ ମୋ ସମ୍ପର୍କୀୟ ନୁହନ୍ତି: ବ୍ରିଜଭୂଷଣ

By ETV Bharat Odisha Team

Published : Dec 24, 2023, 4:31 PM IST

ହାଇଦ୍ରାବାଦ: ଭାରତୀୟ କୁସ୍ତି ମହାସଂଘ (WFI)ର ନିର୍ବାଚନ ଶେଷ ହେବାର ମାତ୍ର 3ଦିନ ମଧ୍ୟରେ ନାଟକୀୟ ଢଙ୍ଗରେ ଏହାକୁ କ୍ରୀଡ଼ା ମନ୍ତ୍ରଣାଳୟ ଭଙ୍ଗ କରିଦେଇଛି । ନୂତନ ଭାବେ ସଂଘର ସଭାପତି ନିର୍ବାଚିତ ହୋଇଥିବା ସଞ୍ଜୟ ସିଂଙ୍କ ସମେତ ସଂଘର ତମାମ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ସଭ୍ୟପଦ ମଧ୍ୟ ରଦ୍ଦ ହୋଇଯାଇଛି । ତେବେ ଏହି ପ୍ରସଙ୍ଗରେ ପ୍ରଥମରୁ ବିବାଦରେ ଥିବା ବିଜେପି ସାଂସଦ ତଥା ପୂର୍ବତନ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହେବା ପରେ ଏକାଧିକ କୁସ୍ତିଯୋଦ୍ଧା ନିଜର ଆଓ୍ବାର୍ଡ ଫେରସ୍ତ କରିବା ସହ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଏବେ ଏହି ପ୍ରସଙ୍ଗରେ ବ୍ରିଜଭୂଷଣ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ସହ ସନ୍ତୁଳିତ ପ୍ରତିକ୍ରିୟା ଦେବାକୁ ପ୍ରୟାସ କରିଛନ୍ତି । ସଞ୍ଜୟ ସିଂ ତାଙ୍କ ସହଯୋଗୀ କିମ୍ବା ସମ୍ପର୍କୀୟ ନୁହନ୍ତି । ସେ ଏବେ କୁସ୍ତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଏବେ ସେ ଲୋକସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି । ସଂଘ ଭଙ୍ଗ ପ୍ରସଙ୍ଗରେ କଣ ଆଗାମୀ କାର୍ଯ୍ୟପନ୍ଥା ହେବ ସେ ସମ୍ପର୍କରେ ଜଣାନ୍ତିନାହିଁ ବୋଲି ବ୍ରିଜଭୂଷଣ କହିଛନ୍ତି ।

ପ୍ରଥମରୁ ଚର୍ଚ୍ଚାରେ ଥିବା ବ୍ରିଜଭୂଷଣ ଆଜି ପ୍ରେସମିଟ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ହେଉଥିବା ଚର୍ଚ୍ଚାକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । କହିଛନ୍ତି ‘‘ସଞ୍ଜୟ ମୋର କୌଣସି ସମ୍ପର୍କୀୟ ନୁହନ୍ତି । ମୁଁ ଦୀର୍ଘ 12 ବର୍ଷ ଧରି କୁସ୍ତି ପାଇଁ କାମ କରିଛି । ମୁଁ କେତ ଭଲ କି ଖରାପ କାମ କରିଛନ୍ତି ତାହା ସମୟ ମୂଲ୍ୟାଙ୍କନ କରିବ । ଏବେ ମୋର କୁସ୍ତି ସହ କୈଣସି ସମ୍ପର୍କ ନାହିଁ । 2024 ଲୋକସଭା ନିର୍ବାଚନ ପାଇଁ ମୁଁ ବ୍ୟସ୍ତ ଅଛି । କୁସ୍ତି ମହାସଂଘକୁ ଭଙ୍ଗ କରାଯିବା ପରେ ସେମାନେ ଏହା ବିରୋଧରେ କୋର୍ଟରେ ଦ୍ବାରସ୍ଥ ହେବେ କି ନାହିଁ, ତାହା ସେମାନଙ୍କୁ ଜଣାଥିବ । ସେମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ଏଥିରେ ମୋର କୌଣସି ମତାମତ ନାହିଁ ।’’

ଏଠାରେ ପ୍ରକାଶ ଯେ, ନିବ ନିର୍ବାଚିତ କୁସ୍ତି ମହାସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଜି ନିଲମ୍ବିତ କରିଛି । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦ ମଧ୍ୟ ରଦ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ପଦ ମଧ୍ୟ ଅବୈଧ ଘୋଷିତ ହୋଇଛି । ଚଳିତ 21 ତାରିଖରେ ସଂଘର ସଭାପତି ପଦ ସହିତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ଏହି ନିର୍ବାଚନ ଶେଷ ହୋଇଥିଲା । ଏଥିରେ ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିପକ୍ଷରେ ଥିବା ମହିଳା ପ୍ରାର୍ଥୀ ତଥା କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କୁ ସେ ପରାସ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ; ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ପଦ ରବ୍ଦ

ଏହାପରେ ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ ଅନ୍ତର୍ଜାତୀୟ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ପ୍ରେସମିଟ୍‌ କରି କୁସ୍ତିରୁ ସେ ସନ୍ନ୍ୟାସ ନେଉଥିବା ଘୋଷଣା କରିଥିଲେ । ପରେ ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ସମ୍ମାନ ଫେରସ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଅଚାନକ ସଂଘକୁ ଭଙ୍ଗ କରିଛି । ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ଏହାକୁ ସ୍ବାଗତ କରିଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ସୁରକ୍ଷା ପାଇଁ ସଂଘର ପୁନଃନିର୍ବାଚନ ହେଲେ ମହିଳା ଅଧ୍ୟକ୍ଷା ନିର୍ବାଚିତ ହେବା ଉଚିତ ବୋଲି ସାକ୍ଷୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details