ମୁମ୍ବାଇ: ମହାରାଷ୍ଟ୍ରର ମହାଡ୍ରାମା ଏବେ ରୋଚକ ମୋଡରେ । ଶିବସେନା ବିଦ୍ରୋହୀଙ୍କ ବିରୋଧରେ ଟ୍ବିଟରରେ ସିଧାବାଣ ମାରିଛନ୍ତି ସାଂସଦ ସଞ୍ଜୟ ରାଉତ । ସଞ୍ଜୟ ରାଉତ ନିଜ ଟ୍ବିଟରେ ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘‘ଆଉ କେତେ ଦିନ ଗୌହାଟିରେ ଲୁଚିବେ କେବେ ହେଲେ ମହାରଷ୍ଟ୍ର ଆସିବାକୁ ତ ପଡିବ’’ ।
ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ, କେତେ ଦିନ ଆଉ ଗୌହାଟୀରେ ଲୁଚିବ - ବିଦ୍ରୋହୀ ବିଧାୟକଙ୍କୁ ଟ୍ବିଟରେ ସଞ୍ଜୟଙ୍କ ଟାର୍ଗେେଟ
ମହାରାଷ୍ଟ୍ରର ମହାଡ୍ରାମା ଏବେ ରୋଚକ ମୋଡରେ । ସାଂସଦ ସଞ୍ଜୟ ରାଉତ ନିଜ ଟ୍ବିଟରେ ବିଧାନସଭା ଉପବାଚସ୍ପତି ନରହରି ଜିରୱାଲଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘‘ଆଉ କେତେ ଦିନ ଗୌହାଟିରେ ଲୁଚିବେ କେବେ ହେଲେ ମହାରାଷ୍ଟ୍ର ଆସିବାକୁ ତ ପଡିବ’’ । ଅଧିକ ପଢନ୍ତୁ
![ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟଙ୍କ ଚେତାବନୀ, କେତେ ଦିନ ଆଉ ଗୌହାଟୀରେ ଲୁଚିବ ବିଦ୍ରୋହୀ ବିଧାୟକଙ୍କୁ ଟ୍ବିଟରେ ସଞ୍ଜୟଙ୍କ ଟାର୍ଗେେଟ](https://etvbharatimages.akamaized.net/etvbharat/prod-images/768-512-15660547-thumbnail-3x2-sanjay.jpg)
ମହାରାଷ୍ଟ୍ର ରାଜନୀତିରେ ଏବେ ଘୋଡିକେ ଘୋଡା ଛୁଟୁଛି । ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତୃତ୍ବ ଏକନାଥ ସିନ୍ଧେ ନେଇଥିବା ବେଳେ ସମସ୍ତ ନେତା ଏକନାଥ ସିନ୍ଧେଙ୍କ ସହ ଗୌହାଟି ଯାଇଛନ୍ତି । ଏନେଇ ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କ ବିପକ୍ଷରେ କ୍ଷୋଭ ପ୍ରକାଶ କରିଥିବା ବେଳେ ନିଜ ଟ୍ବଟରରେ ଲେଖିଛନ୍ତି ଉପବାଚସ୍ପତି ନରହରି ଜିରୱାଲଙ୍କ ଫୋଟ ପୋଷ୍ଟ କରି ଲେଖିଛନ୍ତି ‘‘କେତେ ଦିନ ପର୍ଯ୍ୟନ୍ତ ଗୌହାଟିରେ ଲୁଚି ରହିବେ ଆସିବାକୁ ପଡିବ ଚୌପାଟିକୁ ’’ ।
ଉପବାଚସ୍ପତି ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ ଜାରି କରିଥିଲେ ସେମାନଙ୍କୁ ସୋମବାର ଅପରାହ୍ନ ୫ ଟା ୩୦ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି ଯଦି ସେମାନେ ଧାର୍ଯ୍ୟ ସମୟ ସୀମା ଭିତରେ ଜବାବ ଦାଖଲ ନ କରନ୍ତି ତେବେ ସେମାନଙ୍କର ନୋଟିସ ଉପରେ କିଛି କହିବାର ନାହିଁ ବୋଲି ଧରାଯିବ ଏବଂ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ । ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏନସିପି ନେତା ଶରଦ ପାୱାର ମଧ୍ୟ ବିଦ୍ରୋହୀ ବିଧାୟକଙ୍କୁ ମୁମ୍ବାଇ ଆସିବାକୁ କହିଥିଲେ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଗୌହାଟୀରେ ଅଟକି ଥିବା ବିଦ୍ରୋହୀ ବିଧାୟକଙ୍କ ସମୟ ସୀମା ବଢାଇ ଦିଆଯାଇଛି ।