ମୁମ୍ବାଇ:ଆଜି ଗୃହରେ ଫ୍ଲୋର ଟେଷ୍ଟ ଦେବା ପୂର୍ବରୁ ଗତକାଲି ରାତିରେ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ସଂଞ୍ଜୟ ରାଉତ । ଏପରି ଟ୍ବିଟରେ ମାଧ୍ୟମରେ ବିରୋଧୀ ଗୋଷ୍ଠୀଙ୍କ ସମାଲୋଚନା ପରେ ମଧ୍ୟ ରାଉତ ସୋସିଆଲ ମିଡିଆରେ ସକ୍ରିୟ ରହିିଥିବା ଦର୍ଶାଇବାକୁ ଚାହିଁଛନ୍ତି ।
ସାଂସଦ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅତି ବିନମ୍ର ଭାବରେ ଏହି ପଦ ଛାଡିଛନ୍ତି । ମହାରାଷ୍ଟ୍ର ଏକ ସମ୍ବେଦନଶୀଳ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି । ନିଜ କ୍ଷୋଭ ପ୍ରକାଶ କରି ସଞ୍ଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ପ୍ରତାରଣାର ଅନ୍ତ କେବେ ହେଲେ ଭଲ ହୋଇନଥାଏ । ସେମାନେ ବିଶ୍ବାସଘାତକତା କରି ବିଜୟ ହୋଇଛନ୍ତି । କିନ୍ତୁ ଏହା ହେଉଛି ଶିବସେନାର ବିଜୟ । ଏବେ ପୋଲିସର ମାଡ ଖାଇବୁ, ଆବଶ୍ୟକ ପଡିଲେ ଜେଲକୁ ମଧ୍ୟ ଯିବୁ, କିନ୍ତୁ ଶିବସେନାକୁ ଛାଡିବୁ ନାହିଁ ବୋଲି ସଞ୍ଜୟ କହିଛନ୍ତି ।