ଓଡିଶା

odisha

‘ଆଫଗାନ ସଙ୍କଟ ଦେଶ ବିଭାଜନର ଦୁର୍ଦ୍ଦଶାକୁ ମନେ ପକାଉଛି’

By

Published : Aug 22, 2021, 8:03 PM IST

ଆଫଗାନ ସଙ୍କଟକୁ ନେଇ ମତ ରଖିଲେ ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତ । କହିଲେ ଏପରି ସ୍ଥିତି ଦେଶ ବିଭାଜନର କରୁଣ କାହାଣୀକୁ ମନେ ପକାଉଛି । ଅଧିକ ପଢନ୍ତୁ...

‘ ଆଫଗାନ ସଙ୍କଟ ଦେଶ ବିଭାଜନର ଦୁର୍ଦ୍ଦଶାକୁ ମନେ ପକାଉଛି ’
‘ ଆଫଗାନ ସଙ୍କଟ ଦେଶ ବିଭାଜନର ଦୁର୍ଦ୍ଦଶାକୁ ମନେ ପକାଉଛି ’

ମୁମ୍ବାଇ:ବର୍ତ୍ତମାନ ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧ ତଥା ତାଲିବାନ ସଙ୍କଟ ୧୯୪୭ ମସିହାର ଦେଶ ବିଭାଜନର କରୁଣ ଚିତ୍ରକୁ ପୁଣି ଥରେ ତାଜା କରିଛି । ଦେଶର ସାର୍ବଭମୌତ୍ବ ଏବଂ ଅସ୍ତିତ୍ବ ବିନାଶର ଯନ୍ତ୍ରଣାକୁ ବର୍ତ୍ତମାନର ଚିତ୍ର ପୁଣି ଥରେ ମନେ ପକାଇବାକୁ ବାଧ୍ୟ କରିଛି । ଆଫଗାନ ସଙ୍କଟ ଉପରେ ଏପରି ଢଙ୍ଗରେ ମତ ରଖିଛନ୍ତି ଶିବସେନା ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ।

ଦଳୀୟ ମୁଖପତ୍ରରେ ପ୍ରକାଶିତ ସ୍ତମ୍ଭରେ ରାଉତ ଲେଖିଛନ୍ତି ଯଦି ନାଥୁରାମ ଗଡସେ ମହାତ୍ମା ଗାନ୍ଧୀଙ୍କ ବଦଳରେ ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନାଙ୍କୁ ହତ୍ୟା କରିଥାନ୍ତେ, ତାହେଲେ ଅଖଣ୍ଡ ଭାରତର ବିଭାଜନକୁ ରୋକି ହୋଇପାରିଥାନ୍ତା । ଅଗଷ୍ଟ 14କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବାର ଆବଶ୍ୟକତା ଆଜିର ପିଢିକୁ ପଡି ନଥାନ୍ତା ବୋଲି ସେ ମତ ରଖିଛନ୍ତି ।

ମରାଠୀ ଦୈନିକ ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଥିବା ରାଉତ କହିଛନ୍ତି ଆମେ ଏକ ଅଖଣ୍ଡ ଭାରତର ସଂସ୍ଥାପନା ହେବା ଉପରେ ବିଶ୍ବାସ କରୁ କିନ୍ତୁ ଏକଥା ସ୍ପଷ୍ଟ ଯେ ଏହା ସମ୍ପୂର୍ଣ୍ଣ ଅସମ୍ଭବ । ତଥାପି ଦୁନିଆ ଆଶା ବଳରେ ବଞ୍ଚେ ବୋଲି ମଧ୍ୟ ସେ ମତ ଦେଇଛନ୍ତି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖଣ୍ଡ ହିନ୍ଦୁସ୍ତାନ ଚାହୁଁଛନ୍ତି ତେବେ ତାଙ୍କୁ ସ୍ବାଗତ କରାଯିବା ଉଚିତ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଏହା ମଧ୍ୟ ସ୍ପଷ୍ଟ କରିବାକୁ ପଡିବ ଯେ, ପାକିସ୍ତାନର 11 କୋଟି ମୁସଲମାନ ପାଇଁ ତାଙ୍କର ଯୋଜନା କ’ଣ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details