ଓଡିଶା

odisha

ETV Bharat / bharat

Sanatana Dharma Row: ଉଦୟାନିଧିଙ୍କୁ ବଳିଗଲେ ରାଜା, ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ସହ କଲେ ତୂଳନା - ଏ ରାଜଙ୍କ ବିବାଦୀୟ ବୟାନ

ସନାତନ ଧର୍ମ ବିବାଦୀୟ ମନ୍ତବ୍ୟରେ ଉଦୟାନିଧିଙ୍କୁ ବଳିଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମକେ ସାଂସଦ ଏ.ରାଜା । କହିଲେ ଏଚଆଇଭି ଓ କୁଷ୍ଠ ସହ ସମାନ ସନାତନ । କେତେ ବି ବିରୋଧ ହେଉ, ମଁ ତର୍କ କରିବାକୁ ପ୍ରସ୍ତୁତ ଅଛି । ଅଧିକ ପଢନ୍ତୁ

ଉଦୟାନିଧିଙ୍କୁ ବଳିଗଲେ ରାଜା, କହିଲେ ସନାତନ ଧର୍ମ HIV ଓ କୁଷ୍ଠ ରୋଗ ପରି
ଉଦୟାନିଧିଙ୍କୁ ବଳିଗଲେ ରାଜା, କହିଲେ ସନାତନ ଧର୍ମ HIV ଓ କୁଷ୍ଠ ରୋଗ ପରି

By ETV Bharat Odisha Team

Published : Sep 7, 2023, 4:56 PM IST

ଚେନ୍ନାଇ:ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ସନାତନ ବିରୋଧୀ ମନ୍ତବ୍ୟ ନେଇ ଦେଶରେ ଉତ୍ତେଜନା ଥମିନଥିବା ବେଳେ ଏବେ ଡିଏମକେର ଆଉ ଜଣେ ବରିଷ୍ଠ ନେତାଙ୍କ ଅପମାନଜନକ ବୟାନ ସାମ୍ନାକୁ ଆସିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମକେ ସାଂସଦ ଏ.ରାଜା ସନାତନ ଧର୍ମକୁ ଏଚଆଇଭି ଓ କୁଷ୍ଠ ରୋଗ ପରି ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ସେ ଉଦାୟାନିଧିଙ୍କ ବୟାନକୁ ମଧ୍ୟ ସନାତନ ଧର୍ମ ପ୍ରତି ଅତି ହାଲୁକା ସମାଲୋଚନା ବୋଲି କହିଛନ୍ତି ।

ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାଜା ଏହି ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଅତି ହାକୁଲାରେ ସମାଲୋଚନା କରିଛନ୍ତି । ଡେଙ୍ଗୁ, ମ୍ୟାଲେରିଆ ରୋଗ ପରି ଲୋପ କରାଯିବା ଉଚିତ ବୋଲି କହିଛନ୍ତି । ହେଲେ ଏହି ବ୍ୟାଧିରେ ସାମାଜିକ କଳଙ୍କ ନାହିଁ । ହେଲେ ଏଚଆଇଭି ଓ କୁଷ୍ଠ ରୋଗରେ ସାମାଜିକ କଳଙ୍କ ରହିଛି । ସନାତନ ଧର୍ମ ମଧ୍ୟ ଏହି ରୋଗଠାରୁ ଅଧିକ ମାରାତ୍ମକ ।

ସେହିପରି ରାଜା ତାଙ୍କ ମନ୍ତବ୍ୟ ନେଇ କାହାକୁ ଭୟ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । କାହାକୁ ଅଣାଯାଉ ସେ ସନାତନ ଧର୍ମ ଉପରେ ତର୍କ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କୁ କେତେ ବି ବିରୋଧ କରାଯାଉ, ସେ କାହାକୁ ଡରନ୍ତି ନାହିଁ । ତାଙ୍କୁ ବିରୋଧ କରିବା ଲୋକଙ୍କ ସଂଖ୍ୟା ଲକ୍ଷେ କିମ୍ବା କୋଟିଏ ହେଲେ ମଧ୍ୟ ତାଙ୍କର ଆପତ୍ତି ନାହିଁ । ତାଙ୍କୁ ବିରୋଧ କରୁଥିବା ଲୋକ ମାରଣାସ୍ତ୍ର ଧରି ଆସିଲେ ମଧ୍ୟ ସେ ହାତରେ ପ୍ରସିଦ୍ଧ ଲେଖକ ପେରିୟର ଓ ଆମ୍ବେଦକରଙ୍କ ପୁସ୍ତକ ଧରି ଦିଲ୍ଲୀରେ ତର୍କକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଉଦୟନିଧିଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ, ଆନ୍ଧ୍ରରେ ଲାଗିଲା ପୋଷ୍ଟର

2 ତାରିଖରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ । ସନାତନ ଧର୍ମ ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ସହ ସମାନ । ଏହାକୁ ସମାଜରୁ ଲୋପ କରାଯିବାର ଆବଶ୍ୟକତା ରହିଥିବା ଉଦୟାନିଧି କହିଥିଲେ । ଯାହାକୁ ନେଇ ଏବେ ତୀବ୍ର ମଧ୍ୟ ବିବାଦ ଜାରି ରହିଛି । ଉଦୟାନିଧିଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏତଲା ମଧ୍ୟ ଦାଏର ହୋଇଛି ।

ଡିଏମକେ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଚେନ୍ନାଇ ଓ ତାମିଲନାଡୁର ଅନ୍ୟ ସ୍ଥାନରେ ବିଜେପି ବିରୋଧରେ ପ୍ରତିବାଦ କରିଥିଲେ । ଏହା ପରେ ଉଦୟାନିଧି ଷ୍ଟାଲିନ କେବଳ ସନାତନ ଓ ଅନ୍ୟ କିଛି ଧର୍ମରେ ଥିବା ଜାତିପ୍ରଥାକୁ ବିରୋଧ କରି ଏହି ଏପରି ମନ୍ତବ୍ୟ ଦେଇଥିଲେ । ଏହି ପ୍ରସଙ୍ଗରେ ବିଜେପିର ପ୍ରାୟ ସମସ୍ତ ବରିଷ୍ଠ ନେତାଙ୍କ ସମେତ ଗତକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । କହିଥିଲେ,ଏହି ପ୍ରସଙ୍ଗରେ ଉଚିତ ଜବାବ ମିଳିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details