ଓଡିଶା

odisha

ଆଜି ଦେଶର ସମସ୍ତ FCI କାର୍ଯ୍ୟାଳୟ ସାମ୍ନାରେ କୃଷକ କରିବେ ଆନ୍ଦୋଳନ

ଆଜି (ଏପ୍ରିଲ୍ 5) ସାରା ଦେଶରେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) କାର୍ଯ୍ୟାଳୟ ବାହାରେ ଚାଷୀଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯିବ । ଏନେଇ ରବିବାର ସୂଚନା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ଅଧିକ ପଢନ୍ତୁ...

By

Published : Apr 5, 2021, 10:36 AM IST

Published : Apr 5, 2021, 10:36 AM IST

କୃଷକଙ୍କ ଆନ୍ଦୋଳନ
କୃଷକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ଆଜି (ଏପ୍ରିଲ୍ 5) ସାରା ଦେଶରେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) କାର୍ଯ୍ୟାଳୟ ବାହାରେ ଚାଷୀଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯିବ । ଏନେଇ ରବିବାର ସୂଚନା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । କିଷାନ୍ ମୋର୍ଚ୍ଚା ଏହି ବିରୋଧ ପ୍ରଦର୍ଶନକୁ ‘ଏଫସିଆଇ ବଚାଓ ଦିବସ’ ବୋଲି କହିଛନ୍ତି । ଏହାସହ ଗ୍ରାହକ ବ୍ୟାପାର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।

ପ୍ରକାଶଥାଉକି, 11 ମାର୍ଚ୍ଚରେ ଏଫସିଆଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲା, ଏଥିରେ ଗହମ ଏବଂ ଧାନ କ୍ରୟ ପାଇଁ କଡା ଗୁଣାତ୍ମକ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଗହମ ପାଇଁ ଆର୍ଦ୍ରତା ସ୍ତରକୁ 14% ରୁ 12% ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହା ବ୍ୟତୀତ ସରକାରଙ୍କୁ ଆହୁରି ଅନେକ ପ୍ରସ୍ତାବ ମଧ୍ୟ ପଠାଯାଇଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜୱା ବଜେଟ୍ ଅଧିବେଶନରେ ସଂସଦରେ ଏହି ନୂତନ ସୁପାରିଶକୁ ଦୃଢ ବିରୋଧ କରିଥିଲେ।

ବାଜୱା କହିଥିଲେ ଯେ ଖାଦ୍ୟ ଶସ୍ୟରେ ଆର୍ଦ୍ରତା, ପାଣିପାଗ ଉପରେ ନିର୍ଭର କରେ ଏବଂ କୃଷକମାନଙ୍କୁ ଏଥିପାଇଁ ଦଣ୍ଡିତ କରାଯିବା ଉଚିତ୍ ନୁହେଁ । ପ୍ରକାଶଥାଉକି, କୃଷକ ସଂଗଠନ ଗୁଡ଼ିକ ପୂର୍ବରୁ ହିଁ 3ଟି କୃଷି ନିୟମକୁ ପ୍ରଦର୍ଶନ ଜାରି ରଖିଛନ୍ତି । ଦିଲ୍ଲୀ ସୀମାରେ ଚାଷୀମାନେ ମାସ ମାସ ଧରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି ।

ABOUT THE AUTHOR

...view details