ନୂଆଦିଲ୍ଲୀ:ଚାଷୀ ଆନ୍ଦୋଳନର ନେତୃତ୍ବ ନେଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀ (PM modi)ଙ୍କୁ ଚିଠି ଲେଖିଛି । ଚିଠିରେ ୬ଟି ଦାବି ପୂରଣ କରିବା ସମ୍ପର୍କରେ ଉଲ୍ଲେଖ୍ୟ କରିଛି ଏସକେଏମ । ଏହି ଦାବି ଉପରେ ପ୍ରଧାନମନ୍ତ୍ରୀ ତୁରନ୍ତ ସେମାନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ ହୋଇଛି ।
୬ ଦାବି ଗୁଡିକ ହେଲା
- ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସହ ଚାଷୀଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଆଇନଗତ ଗ୍ୟାରେଣ୍ଟି ଦାବି ।
- ବିଦ୍ୟୁତ ସଂଶୋଧିତ ବିଲ ୨୦୨୦-୨୧ ପ୍ରତ୍ୟାହାର କରାଯାଉ ।
- କୃଷକଙ୍କ ବିରୋଧରେ ଦାଏର କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରନ୍ତୁ ଏବଂ ବାୟୁ ଗୁଣବତ୍ତା ପରିଚାଳନା କମିଶନ ଆଇନ, ୨୦୨୧ କୃଷକଙ୍କ ବିରୋଧରେ ଥିବା ଦଣ୍ଡବିଧାନ ହଟାଯାଉ।
- ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ସିଙ୍ଘୁ ସୀମାରେ ଏକ ସ୍ମାରକ ନିର୍ମାଣ କରାଯାଉ ।
- ପ୍ରାୟ ୭୦୦ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ସହ ଅନ୍ୟ ସୁବିଧା ପ୍ରଦାନ କରାଯାଉ ।
- ଲଖିମପୁର ଖେରୀ ହିଂସାରେ ସମ୍ପୃକ୍ତ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ତୁରନ୍ତ ବହିଷ୍କାର ସହିତ ଗିରଫ କରାଯାଉ ।