ଲକ୍ଷ୍ନୌ:ଆସନ୍ତାକାଲି (ଶୁକ୍ରବାର) ସମଗ୍ର ଦେଶରେ ମୁକ୍ତିଲାଭ କରିବାକୁ ଯାଉଥିବା ଅକ୍ଷୟ କୁମାର ଷ୍ଟାରର ଐତିହାସିକ ଚଳଚ୍ଚିତ୍ର ସମ୍ରାଟ ପୃଥ୍ୱୀରାଜକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପତ୍ନୀଙ୍କ ସହ ଏହି ଚଳଚିତ୍ରର ସ୍ପେସାଲ ସ୍କ୍ରିନିଂ ଦେଖିଛନ୍ତି । ତେବେ ଏହି ସିନେମାକୁ ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ରାଜଧାନୀ ଲକ୍ଷ୍ନୌରେ ମୁକ୍ତିଲାଭ ପୂର୍ବରୁ ସ୍ପେଶାଲ ସ୍କ୍ରିନିଂରେ ମୁଭି ଦେଖିବା ପରେ ଏହି ଘୋଷଣା କରିଛନ୍ତି ଯୋଗୀ ।
ମୁଭି ଦେଖିବା ପରେ ଯୋଗୀ ଏହାକୁ ପ୍ରଂଶସା କରିବା ସହ ଏହା ଏକ ଉତ୍ତମ ଐତିହାସିକ ଧର୍ମୀ ଚଳଚ୍ଚିତ୍ର ଓ ଏହାକୁ ସମସ୍ତେ ଦେଖିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଏହି ଚଳଚ୍ଚିତ୍ର ଆସନ୍ତାକାଲି (ଶୁକ୍ରବାର) ଦେଶବ୍ୟାପୀ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ବାସ୍ତବଧର୍ମୀ ଏବଂ ଐତିହାସିକ ଘଟଣା ଉପରେ ପର୍ଯ୍ୟବେଶିତ । ଦିଲ୍ଲୀର ଶେଷ ହିନ୍ଦୁ ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଶାସନ, ଜୀବନୀ, ପରବର୍ତ୍ତୀ ସମୟରେ ବିଦେଶୀ ମୁସଲମାନ ଶାସକଙ୍କ ଦିଲ୍ଲୀ ଆକ୍ରମଣ ଓ ଭାରତରେ ବିଦେଶୀ ଶାସନର ଅୟମାରମ୍ଭ ଉପରେ ଏହି ଚଳଚ୍ଚିତ୍ରଟି ଆଧାରିତ ହୋଇଛି ।