ଓଡିଶା

odisha

ETV Bharat / bharat

ଧମକ ଦେଉଛନ୍ତି ନବାବ, ମହିଳା କମିଶନଙ୍କ ଦ୍ବାରସ୍ଥ ହେଲେ ସମୀର ୱାଙ୍ଖଡେଙ୍କ ଭଉଣୀ - ସମୀର ୱାଙ୍ଖଡେଙ୍କ ଭଉଣୀ

ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏନସିବି ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଭଉଣୀ ଜସ୍ମିନ ୱାଙ୍ଖଡେ । ଅଧିକ ପଢନ୍ତୁ...

ନବାବ ମଲିକଙ୍କ ବିରୁଧରେ ମହିଳା କମିଶନଙ୍କ ଦ୍ବାରସ୍ତ ହେଲେ ସମୀର ୱାଙ୍ଖଡେଙ୍କ ଭଉଣୀ
ନବାବ ମଲିକଙ୍କ ବିରୁଧରେ ମହିଳା କମିଶନଙ୍କ ଦ୍ବାରସ୍ତ ହେଲେ ସମୀର ୱାଙ୍ଖଡେଙ୍କ ଭଉଣୀ

By

Published : Oct 28, 2021, 8:56 AM IST

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏନସିବି ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଭଉଣୀ ଜସ୍ମିନ ୱାଙ୍ଖଡେ । ମନ୍ତ୍ରୀ ନବାବ ତାଙ୍କୁ ଅନଲାଇନରେ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଜାତୀୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି ।

ଜସ୍ମିନ ମହିଳା କମିଶନଙ୍କୁ ଚିଠି ଲେଖି କହିଛନ୍ତି ଯେ, ନିକଟରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ମୋ ଭାଇ ଏବଂ ଆମ ପରିବାର ସଦସ୍ୟଙ୍କ ବିରୋଧରେ ବିଭିନ୍ନ ମିଥ୍ୟା ଏବଂ ଘୋଟାଲା ଅଭିଯୋଗ ଆଣିଛନ୍ତି, କାରଣ ମୋ ଭାଇ ସଚ୍ଚୋଟ ଭାବରେ ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି । ଉକ୍ତ ଅଭିଯୁକ୍ତ ନବାବ ମଲିକ ମୋତେ ତଥା ମୋର ପରିବାର ସଦସ୍ୟଙ୍କୁ ବଦନାମ କରିବାକୁ ଉଦ୍ୟମ କରିବା ସହ ମୋତେ ଅନଲାଇନରେ ସର୍ଚ୍ଚ କରି ମୋ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଯଥା ଇନଷ୍ଟାଗ୍ରାମ, ଫେସବୁକ ଇତ୍ୟାଦିରୁ ମୋର ବ୍ୟକ୍ତିଗତ ଫଟୋ ଚୋରି କରୁଛନ୍ତି ।

ଏଥିସହ ସେ ଅଭିଯୋଗ କରିଛନ୍ତି ଯେ, 'ନବାବ ମଲିକ ବର୍ତ୍ତମାନ ତାଙ୍କର ବ୍ୟକ୍ତିଗତ ଫଟୋ ବ୍ୟବହାର କରିବା ସହ ଗଣମାଧ୍ୟମରେ ଲିକ୍ କରିଦେବାର ଧମକ ଦେଉଛନ୍ତି । ଜସ୍ମିନ ଆହୁରି ମଧ୍ୟ ଚିଠିରେ କହିଛନ୍ତି ଯେ, ଅଭିଯୁକ୍ତ ନବାବ ମଲିକ ଆମକୁ ପ୍ରତ୍ୟକ୍ଷ ଧମକ ଦେବା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଚାଲିଥିବା ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏଥିପାଇଁ ମୋ ପରିବାର ଉପରେ ଚାପ ପକାଉଛନ୍ତି । ତେଣୁ ମୁଁ ଅନୁରୋଧ କରୁଛି ଯେ, ତୁରନ୍ତ ମୋର ଅଭିଯୋଗକୁ ଗୁରୁତର ସହ ନେଇ ଉକ୍ତ ଅଭିଯୁକ୍ତ ତଥା ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।'

@ANI

ABOUT THE AUTHOR

...view details