ଓଡିଶା

odisha

ETV Bharat / bharat

Twitter-Facebook-Google ବିରୋଧରେ କୋର୍ଟରେ ସମୀର ୱାଙ୍ଖଡେ - ମୁମ୍ବାଇ ସିଟି ସିଭିଲ କୋର୍ଟରେ ସମୀର ୱାଙ୍ଖଡେ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ବିଟର, ଫେସବୁକ ଓ ଗୁଗଲ୍‌ ବିରୋଧରେ କୋର୍ଟ ଗଲେ NCB ଅଧିକାରୀ ସମୀର ୱାଙ୍ଖଡେ । ତାଙ୍କ ସମ୍ମାନକୁ ହାନି କଲା ଭଳି ଖବର ଏହି ପ୍ଲାଟଫର୍ମରେ ପ୍ରକାଶିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Twitter Facebook Google ବିରୋଧରେ କୋର୍ଟରେ ସମୀର ୱାଙ୍ଖଡେ
Twitter Facebook Google ବିରୋଧରେ କୋର୍ଟରେ ସମୀର ୱାଙ୍ଖଡେ

By

Published : Dec 10, 2021, 4:09 PM IST

ମୁମ୍ବାଇ: ସୋସିଆଲ ମିଡି଼ଆ ଜିଆଣ୍ଟ୍ସ ତଥା Google, Facebook ଓ Twitter ବିରୋଧରେ କୋର୍ଟକୁ ଗଲେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଏହି ପ୍ଲାଟଫର୍ମରେ ତାଙ୍କ ସମ୍ମାନକୁ ହାନି କରିବା ଭଳି ଖବରଗୁଡ଼ିକ ପ୍ରକାଶ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଖବରଗୁଡ଼ିକୁ ହଟାଇବା ପାଇଁ ସମୀର ଓ ତାଙ୍କ ପତ୍ନୀ ଦାବି କରି ଦିନ୍ଦୋସି ସିଟି ସିଭିଲ କୋର୍ଟର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ: ସମୀର ୱାଙ୍ଖଡେ ଲାଞ୍ଚ ମାମଲା, ତଦନ୍ତ ନେତୃତ୍ବ ନେବେ ACP ମିଲିନ୍ଦ ଖେତଲେ

ୱାଙ୍ଖଡେ ଦମ୍ପତି ସେମାନଙ୍କ ସମ୍ମାନ କ୍ଷୁଣ୍ଣ ହେବା ଭଳି ଖବରଗୁଡ଼ିକୁ ସ୍ଥାୟୀ ଭାବରେ ହଟାଇବା ପାଇଁ ଦାବି କରିଛନ୍ତି । ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟ(Information Technology Act)ର ଧାରା ୭୯ ଅନୁଯାୟୀ ଏହି ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ସୂଚନା ଥାଉ କି ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୃଜ ପାର୍ଟିରେ ଚଢାଉ କରି ଡ୍ରଗ୍ସ ମାମଲାରେ ବଲିଉଡ ସେଲିବ୍ରେଟିଙ୍କ ପୁଅ ଓ ଝିଅଙ୍କୁ ଗିରଫ କରିଥିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ରାତାରାତି ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସମୀର ୱାଙ୍ଖଡେ । ତେବେ ବଲିଉଡ ଷ୍ଟାରଙ୍କ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫ ହେବା ପରେ ଏନସିବି ଅଫିସରକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଏହା ବି ପଢନ୍ତୁ: Sameer Wankhede: ନାଁ ଶୁଣିଲେ ଡରନ୍ତି ଡ୍ରଗ୍ସ ମାଫିଆ, ଟାର୍ଗେଟରେ ବଲିଉଡ-ଡ୍ରଗ୍ସ କନେକ୍ସନ

ଏହାପରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଓ ଏନସିବି ଅଫିସର ସମୀର ୱାଙ୍ଖାଡେ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ନବାବ ମଲ୍ଲିକ ଓ ସମୀର ୱାଙ୍ଖଡେଙ୍କ ବିବାଦ ଶେଷରେ ଚରମ ସୀମାରେ ପହଞ୍ଚିଥିଲା । ନବାବ ମଲ୍ଲିକ ବ୍ୟକ୍ତିଗତ ସ୍ତରକୁ ଖସି ଆସିଥିଲେ ଏବଂ ସମୀର ୱାଙ୍ଖଡେଙ୍କ ବିବାହ, ଜନ୍ମପ୍ରମାଣ ପତ୍ର ନେଇ ବେଶ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ NCB ଆର୍ଯ୍ୟନଙ୍କ ବିରୋଧରେ ମାମଲା ରୁଜୁ ନ କରିବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିଲା । ଯେଉଁଥିରେ ୮ କୋଟି ଟଙ୍କା NCBର ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କ ପାଇଁ ରହିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ସମୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details