ଓଡିଶା

odisha

ETV Bharat / bharat

Same-sex marriage: ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା, ସଂସଦ ଉପରେ ନିଷ୍ପତ୍ତି ଛାଡିଲେ

ଦେଶରେ ସମଲିଙ୍ଗୀ ବିବାହ ଆଇନ ସମ୍ମତ ଦେବା ଉଚିତ କି ନାହିଁ ତାକୁ ନେଇ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ପ୍ରକାଶ କରି ସଂସଦ ଉପରେ ନିଷ୍ପତ୍ତି ଛାଡିଛନ୍ତି । ଅଧିକ ପଢ଼ନ୍ତୁ

Same sex marriage
Supreme Court on Same sex marriage

By ETV Bharat Odisha Team

Published : Oct 17, 2023, 11:51 AM IST

Updated : Oct 17, 2023, 1:16 PM IST

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଲେ ନାହିଁ ସର୍ବୋଚ୍ଚ ନ୍ୟାୟାଳୟ । ସଂସଦ ଉପରେ ଛାଡିଲେ ନିଷ୍ପତ୍ତି । ସଂସଦ ଆଇନ ନ ଆଣିବା ଯାଏ ସ୍ବୀକୃତି ମିଳିବ ନାହିଁ । ସମଲିଙ୍ଗୀ ବିବାହ ନେଇ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ । ଜୀବନସାଥୀ ବାଛିବା ଜୀବନରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ଦେଶରେ ସମଲିଙ୍ଗୀ ସମ୍ପର୍କରେ ଗ୍ରହଣୀୟତା ବଢିଛି । ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ନିଷ୍ପତ୍ତି ନେବ । କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀ ବିଷୟରେ ଲୋକଙ୍କୁ ବୁଝାଇବେ । ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । 18 ସମଲିଙ୍ଗୀ ଯୋଡ଼ିଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ପ୍ରଧାନବିଚାରପତି ସମଲିଙ୍ଗୀ ବିବାହକୁ ନେଇ ରାୟ ପ୍ରକାଶ କରି କହିଛନ୍ତି, "ଏହି ମାମଲାରେ 4ଟି ନିଷ୍ପତ୍ତି ହୋଇଛି । କିଛି ସହମତି ମିଳିଛି କିଛି ଅସହମତି ପ୍ରକାଶ କରିଛନ୍ତି । ମଣିଷ ସ୍ବାଭାବିକ ଭାବେ ସାଥୀ ଖୋଜିଥାଏ । ପ୍ରେମ ମଣିଷର ସ୍ବଭାବିକ ପ୍ରକୃତି । ବିବାହ ଅଧିକାର ଉପରେ ସରକାର ଗଠନ କରନ୍ତୁ । ଆଇନର ବାଖ୍ୟା କୋର୍ଟର କାମ ତିଆରି କରିବା ନୁହେଁ । ପାର୍ଲାମେଣ୍ଟ୍‌ ଅଧିକାରରେ କୋର୍ଟ ପ୍ରବେଶ କରିପାରିବେ ନାହିଁ । ଜୀବନ ସାଥୀ ବାଛିବାକୁ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ସାଥୀ ବାଛିବା ଓ ତାଙ୍କ ସହ ଜୀବନ ବିତାଇବାକୁ ସ୍ବତନ୍ତ୍ରତା ମିଳୁ ।"

ସିଜେଇ ଡି ୱାଇ ଚନ୍ଦ୍ରଚୂଡ ଆହୁରି କହିଛନ୍ତି,"କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିନ୍ତ କରିବାକୁ ହେବ ସମଲିଙ୍ଗୀ ପିଲାଙ୍କୁ ତାଙ୍କ ବୟସ ଓ ଲିଙ୍ଗ ପରିବର୍ତ୍ତନ ଅପରେସନ୍‌ର ଅନୁମତି ଦିଆନଯାଉ ଯେପର୍ଯ୍ୟନ୍ତ ସେମାନେ ଏହାର ପରିଣାମ ଭଲରେ ନବୁଝିଛନ୍ତି । ବିବାହର ରୂପ ବଦଳିଛି । ବିବାହର ରୂପ କେବେ ସ୍ଥିର ନୁହେଁ । ସତୀ ପ୍ରଥାଠୁ ନେଇ ବାଲ୍ୟ ବିବାହ ବଦଳିଛି । ବିରୋଧ ପରେ ବିବାହର ରୂପ ବଦଳିଛି । ବିବାହ କରିବା କୌଣସି ମୌଳିକ ଅଧିକାର ନୁହେଁ ।

ଏହା ବି ପଢନ୍ତୁ...Same-sex marriage: ସମଲିଙ୍ଗୀ ବିବାହକୁ ମିଳିବ କି ମାନ୍ୟତା ? ଆଜି ଆସିବ ସୁପ୍ରିମ ରାୟ

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ ନିଷ୍ପତ୍ତି:

  • ସମଲିଙ୍ଗୀ ଏକ ସାଧାରଣ ଘଟଣା ଯାହା ବହୁ ବର୍ଷରୁ ଭାରତରେ ରହିଛି । ଏହା ସହରୀ କିମ୍ବା ଗାଁରେ ହେଉଥିବା ଘଟଣା ନୁହେଁ ।
  • ବିବାହ ଏକ ସ୍ଥାୟୀ ସ୍ଥଂସା ନୁହେଁ ।
  • ଗୋଟିଏ କମିଟି ତିଆରି କରାଯବି ଯାହା ରାସନ କାର୍ଡରେ ସାମଲିଙ୍ଗୀ ଯୋଡ଼ିକୁ ପରିବାର ଭାବେ ଗ୍ରହଣ କରିବା, ସଂଯୁକ୍ତ ବ୍ୟାଙ୍କ ଖାତାରେ ନାମ ରହିବା, ପେନସନ ଆଦି ମାମଲାରେ ଅଧିକାର ସୁନିଶ୍ଚିନ୍ତ କରିବା ମାମଲାର ବିଚାର ହେବ ।
  • ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସକ୍ରିମିନେସନ୍‌ ଲ' ଅଣାଯାଉ
  • ସମଲିଙ୍ଗୀଙ୍କ ପାଇଁ 'ଗରିମା ଗୃହ' ବନାଇବେ ସରକାର ।
  • ସମଲିଙ୍ଗୀ ଯୋଡ଼ି ହିଂସାର ଶିକାର ହେଲେ 'ଗରିମା ଗୃହରେ' ରହିବେ ।
  • ସମଲିଙ୍ଗୀଙ୍କଠାରୁ ପୋଷ୍ୟ ସନ୍ତାନର ଅଧିକାର ଛଡ଼ାଇ ହେବ ନାହିଁ । ପୋଷ୍ୟ ସନ୍ତାନ ଅଧିକାର ଛଡ଼ାଇବା ଧାରା 15ର ଉଲଙ୍ଘନ ।

ପ୍ରକାଶ ଥାଉ କି, ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମାଗୁଥିବା ଆବେଦନକାରୀଙ୍କ ଯୁକ୍ତିକୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ କୋର୍ଟ ବିରୋଧ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ସ୍ୱୀକୃତି ପ୍ରଦାନ କରାଯାଉ । ଦେଶରେ ପରିଚାଳିତ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ (SMA) 1954ରେ ସମଲିଙ୍ଗୀ ବିବାହକୁ ସାମିଲ କରାଯାଉ ବୋଲି ଆବେଦନକାରୀ ଦାବି କରିଥିଲେ । ଗତ ଏପ୍ରିଲ 18 ତାରିଖରେ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଗତ ମେ' 11 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 21ଟି ପିଟିସନର ଏକାଠି ଶୁଣାଣି କରିଥିଲେ ।

Last Updated : Oct 17, 2023, 1:16 PM IST

ABOUT THE AUTHOR

...view details