ଓଡିଶା

odisha

ETV Bharat / bharat

Same-sex marriage: ୨ ବିଚାରପତି ଅସୁସ୍ଥ, ସୋମବାର ସମଲିଙ୍ଗୀ ବିବାହ ଶୁଣାଣି ସ୍ଥଗିତ - ସମଲିଙ୍ଗୀ ବିବାହ ଶୁଣାଣି ସ୍ଥଗିତ

ସମଲିଙ୍ଗୀ ବିବାହ ପାଇଁ ଗଠିତ ହୋଇଥିବା ୫ ଜଣିଆ ଖଣ୍ଡପୀଠର ୨ ବିଚାରପତି ଅସୁସ୍ଥ । ସୋମବାର ସମଲିଙ୍ଗୀ ବିବାହ ଶୁଣାଣି ସ୍ଥଗିତ । ଅଧିକ ପଢନ୍ତୁ

Same-sex marriage
Same-sex marriage

By

Published : Apr 23, 2023, 9:47 AM IST

ନୂଆଦିଲ୍ଲୀ:ଦେଶରେ ସମଲିଙ୍ଗୀ ବିବାହ ଆଇନ ସମ୍ମତ ଦେବା ଉଚିତ କି ନାହିଁ ତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଥିବା ବେଳେ ସୋମବାର ଏହାର ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ଏହା ପୂର୍ବରୁ ୨ଜଣ ବିଚାରପତି ଅସୁସ୍ଥତ ହେବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ୫ଜଣିଆ ସମ୍ବିଧାନ ବେଞ୍ଚ ସମଲିଙ୍ଗୀ ବିବାହ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।

ଗୁରୁବାର ଡିଓ୍ବାଇ ଚନ୍ଦ୍ରଚୂଡ ଘୋଷଣା କରିଥିଲେ ଯେ, ଗଠିତ ହୋଇଥିବା ଖଣ୍ଡପୀଠ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ପିଟିସନର ଶୁଣାଣି କରିବେ । କିନ୍ତୁ ଖଣ୍ଡପୀଠରେ ରହିଥିବା ଦୁଇ ବିଚାରପତି ଅସୁସ୍ଥ ହେବା କାରଣରୁ ଆସନ୍ତାକାଲି(ସୋମବାର)ର ଶୁଣାଣିରେ ଉପସ୍ଥିତ ରହିପାରିବେ ନାହିଁ ଗତକାଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: J&K insurance scam: ସତ୍ୟପାଲ ମଲ୍ଲିକଙ୍କୁ CBIର ସମନ, ମୋଦିଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ

ସୂଚନାଅନୁସାରେ, ସମଲିଙ୍ଗୀ ବିବାହର ଶୁଣାଣି ପାଇଁ ଗଠିତ ହୋଇଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା ଖୋଲି ଏବଂ ଜଷ୍ଟିସ ପିଏସ ନରସିଂହା ସାମିଲ ଥିଲେ । ଏହି ପାଞ୍ଚ ଜଣିଆ ଖଣ୍ଡପୀଠ ଗତ ଏପ୍ରିଲ ୧୮ତାରିଖରୁ ଏହାର ଶୁଣାଣି ଆରମ୍ଭ କରିଥିଲେ । ସୋମବାର ଦିୱ ଆବଦେନକାରୀଙ୍କୁ ସେମାନଙ୍କ ଯୁକ୍ତି ଶେଷ କରିବାକୁ କୁହାଯାଇଥିଲା । ଯାହା ଫଳରେ ପରବର୍ତ୍ତୀ ସପ୍ତାହରେ କେନ୍ଦ୍ର ସରକାର ଓ ଅନ୍ୟମନାଙ୍କ ଯୁକ୍ତି ଶୁଣାଯାଇଥାନ୍ତା । କିନ୍ତୁ ସୋମବାର ଶୁଣାଣିକୁ ଗତକାଲି ରାତିରେ ବାତିଲ କରାଯାଇଛି ।

ପ୍ରକାଶଥାଉକି, ସୁପ୍ରିମକୋର୍ଟର ୪ଜଣ ବିଚାରପତି କୋରୋନା ସଂକ୍ରମିତ ହୋଇଛନ୍ତି । ଜଷ୍ଟିସ ଅନିରୁଦ୍ଧ ବୋସ, ରବିନ୍ଦ୍ର ଭଟ୍ଟ, ଜ୍ବି ପର୍ଦ୍ଦିଓ୍ବାଲା ଏବଂ ମୋନଜ ମିଶ୍ର କୋରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷେ ସୁପ୍ରିମ କୋର୍ଟର ଅନ୍ୟଜଣେ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଗୋଟିଏ ସପ୍ତାହ ପୂର୍ବରୁ କୋରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ରହିଥିବା ଜଣାପଡିଛି ।

ଏହି ବିବାହକୁ ଆଇନ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରାକାର ଯୁକ୍ତି ବାଢିଥିଲେ । ସମଲିଙ୍ଗୀ ବିବାହକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସିନିୟର ଅଡଭୋକେଟ କପିଲ ଶିବଲ କହିଥିଲେ, ଏହି ମାମଲାରେ ରାଜ୍ୟ ଗୁଡିକରେ ଶୁଣାଣି ହେବା ଉଚିତ । ସଲିସିଟର ତୁଷାର ମେହେଟା ଏହାକୁ ବିରୋଧ କରିଛନ୍ତି ତାଙ୍କ ଉପରେ ମଧ୍ୟ ବର୍ଷିଥିଲେ ପ୍ରଧାନ ବିଚାରପତି ।

ମାମଲାକୁ ନେଇ ସଲିସିଟର ତୁଷାର ମେହେଟା କହିଥିଲେ,"ଏହି ମାମଲା ଶୁଣାଣିକୁ ନେଇ ଆମର ପ୍ରଥମ ଆପତ୍ତି ରହିଛି । କାରଣ ଏହା ସଂସଦ ଅଧିକାରର ବିଷୟ । ଏହି ପ୍ରସଙ୍ଗରେ 20ଟି ଆବେଦନ ହୋଇଥିବାବେଳେ ଏହା ଗ୍ରହଣଯୋଗ୍ୟ ନୁହେଁ । ସୁପ୍ରିମକୋର୍ଟ ଶୁଣାଣି କରିପାରିବେ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details