ଓଡିଶା

odisha

ETV Bharat / bharat

ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସଂହ ଯାଦବଙ୍କ ପରଲୋକ ହୋଇଛି । ଆଜି ସକାଳ ସମୟ 8ଟା 16ରେ ମିନିଟ ସମୟରେ ହରିୟାଣାର ମେଦାନ୍ତା ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୁଲାୟମ ସଂହ ଯାଦବ । ଅଧିକ ପଢନ୍ତୁ

ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ
ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ

By

Published : Oct 10, 2022, 9:53 AM IST

Updated : Oct 10, 2022, 10:57 AM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରଲୋକ ହୋଇଛି । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଆଜି ସକାଳ ସମୟ 8ଟା 16ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୁଲାୟମ ସିଂହ ଯାଦବ । ମୃତ୍ୟୁବେଳକ ତାଙ୍କୁ 82 ବର୍ଷ ବୟସ ହୋଇଥିଲା ।

ଅଗଷ୍ଟ 22ରୁ ମେଦାନ୍ତା ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ

କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଅଗଷ୍ଟ 22 ତାରିଖରୁ ସେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସାରେ ଲାଗିଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିଲା । ଗତକାଲି (ରବିବାର) ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମୁଲାୟମ ସିଂହ ଯାଦବ । ଖବର ପ୍ରସାରଣ ହେବାପରେ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅଖିଳେଶ ଯାଦବ ମୁଲାୟମଙ୍କ ଦେହାନ୍ତ ପରେ ଭାବୁକ ହୋଇ ପଡିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି, ''ମୋ ବାପା ଓ ସମସ୍ତଙ୍କ ନେତାଜୀ ଆଉ ନାହାନ୍ତି ।''

ଉତ୍ତରପ୍ରଦେଶର 3 ଥର ମୁଖ୍ୟମନ୍ତ୍ରୀ ମୁଲାୟମ

ଉତ୍ତର ପ୍ରଦେଶର 3ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ସିଂହ ଯାଦବ । ସମାଜବାଦୀ ପାର୍ଟି (ସପା) ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଜନ୍ମ 1939 ମସିହା ନଭେମ୍ବର 22ରେ ଇଟାବା ଜିଲ୍ଲା ସୋଫଇ ଗାଁର ଏକ ଚାଷୀ ପରିବାରରେ ହୋଇଥିଲା । ତାଙ୍କର ପାଞ୍ଚ ଭାଇ ଭାଉଣୀ ରତନ ସିଂହ ଯାଦବଙ୍କଠୁ ସାନ ଥିଲେ ମୁଲାୟମ ସିଂହ ଯାଦବ । ଜଣେ କୁସ୍ତିଯୋଦ୍ଧା ଭାବେ ଜଣାଶୁଣା ଥିଲେ ମୁଲାୟମ ।

ମୁଲାୟମଙ୍କ ରାଜନୈତିକ ଯାତ୍ରା

ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକତା କରୁଥିଲେ । 1967ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସମସ୍ତ ନିର୍ବାଚନରେ ବିଜୟୀ ହୋଇଥିଲେ । 1977ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ଜନତା ପାର୍ଟି ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚରଣ ସିଂହଙ୍କ ନିକଟତର ରହିଥିବା ମୁଲାୟମ ସିଂହ 1980ରେ ଲୋକ ଦଳ ଅଧକ୍ଷ ହୋଇଥିଲେ । 1982ରେ ବିଧାନ ପରିଷଦର ବିରୋଧୀ ଦଳ ନେତା ହୋଇଥିଲେ । ଜନତା ଦଳର ବିଜୟ ପରେ 1989ରେ ପ୍ରଥମ ଥର ପାଇଁ ସେ ୟୁପିର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । 1992ରେ ସେ ସମାଜବାଦୀ ପାର୍ଟି ଗଠନ କରିଥିଲେ ଏବଂ 1993ରେ ଦ୍ବିତୀୟ ଥର ପାଇଁ ଦ୍ବିତୀୟ ଥର ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ । 2003ରେ ତୃତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଥିଲେ ମୁଲାୟମ ସିଂହ ଯାଦବ । 2004ରେରେ ସେ ଗନ୍ନୋର ବିଧାନସଭା ଆସନରେ ରେକର୍ଡ ସଂଖ୍ୟକ ଭୋଟରେ ଜିତିଥିଲେ ।

8 ଥର ବିଧାୟକ 7ଥର ସାଂସଦ ହୋଇଥିଲେ ମୁଲାୟମ

ରାଜନୈତିକ ଜୀବନରେ ମୁଲାୟମ ସିଂହ ଯାଦବ 8 ଥର ବିଧାୟକ ଏବଂ 7ଥର ସାଂସଦ ହୋଇଛନ୍ତି । ମୈନପୁରୀରୁ 6 ଥର ଲୋକସଭା ନିର୍ବାଚନ ଲଢିଛନ୍ତି । 1982ରୁ 87 ଯାଏ ବିଧାନ ପରିଷଦ ସଦସ୍ୟ ରହିଛନ୍ତି 1996 ରୁ 19998 ଯାଏ ମୁଲାୟମ ସିଂହ ଯାଦବ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । 1996ରେ ପ୍ରଥମ ଥର ପାଇଁ ମୈନପୁରୀ ଲୋକସଭା ଆସନରେ ବିଜୟ ହାସଲ କରିଥିଲେ । ଏହାପରେ ସେ ଲଗାତାର ଜିତିଥିଲେ । 2019ରେ ଶେଷ ଥର ପାଇଁ ମୈନପୁରୀରୁ ବିଜୟୀ ହୋଇଥିଲେ । ଆଜି ଜୀବନ ବାଜିରେ ହାରି ଯାଇଛନ୍ତି ମୁଲାୟମ ସିଂହ ଯାଦବ । କୁସ୍ତିଯୋଦ୍ଧାରୁ ରାଜନେତା ଜୀବନର ଶେଷ ମ୍ୟାଚ ହାରି ଯାଇଛନ୍ତି ।

Last Updated : Oct 10, 2022, 10:57 AM IST

ABOUT THE AUTHOR

...view details