ଓଡିଶା

odisha

ETV Bharat / bharat

ବିଜେପିର ଅଭିଯୋଗ, ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଟଙ୍କା ପୋଷାକ ବାଣ୍ଟୁଛି ସମାଜବାଦୀ ପାର୍ଟି - ସମାଜବାଦୀ ପାର୍ଟି

ମୈନପୁର ଉପନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଭୋଟରଙ୍କୁ ନଗଦ ଟଙ୍କା ଏବଂ ପୋଷାକ ବଣ୍ଟନ କରୁଛି ବୋଲି ବିଜେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି । ଅଧିକ ପଢନ୍ତୁ

ସମାଜବାଦୀ ପାର୍ଟି
ସମାଜବାଦୀ ପାର୍ଟି

By

Published : Dec 4, 2022, 11:42 AM IST

ଲକ୍ଷ୍ନୌ: ଆସନ୍ତାକାଲି ମୈନପୁର ଲୋକସଭା ଉପନିର୍ବାଚନ(Mainpuri Lok Sabha By poll) । ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ଉପନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଭୋଟରଙ୍କୁ ନଗଦ ଟଙ୍କା ଏବଂ ପୋଷାକ ବଣ୍ଟନ କରୁଛି ବୋଲି ବିଜେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି । ଉତ୍ତରପ୍ରଦେଶ ୟୁନିଟ୍ ପାଇଁ ବିଜେପିର ସାଧାରଣ ସମ୍ପାଦକ ଜେପିଏସ୍ ରାଠୋର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଚିଠି ଲେଖି ସମ୍ବେଦନଶୀଳ ବୁଥଗୁଡିକୁ ଚିହ୍ନଟ କରାଯାଇ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଜେପିଏସ୍ ରାଠୋର ଅଭିଯୋଗ କରିଛନ୍ତି ଯେ, ''ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁରେନ୍ଦ୍ର ଯାଦବଙ୍କ ସମର୍ଥକମାନେ ଭୋଟରଙ୍କୁ ନଗଦ ବଣ୍ଟନ କରୁଛନ୍ତି । ଶାଢୀ ବଣ୍ଟନ କରିବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ପିଲାମାନଙ୍କୁ ସ୍ୱିଟର ବଣ୍ଟନ କରୁଛନ୍ତି । ଏଥି ସହ ଜସୱନ୍ତନଗର, କରହଲ ଏବଂ କିଶନିର ଭୋଟର ମାନଙ୍କୁ ସାଇକେଲ ଚିହ୍ନରେ ଭୋଟ ଦେବାକୁ କୁହାଯାଇଛି, ଯାହା ସମାଜବାଦୀ ଦଳର ପ୍ରତୀକ ।

ଏହା ମଧ୍ୟ ପଢନ୍ତୁ-Shraddha murder case: ଜେଲରେ ନୋବେଲ ପଢିବାକୁ ମନ ବଳାଇଲା ଜହ୍ଲାଦ ପ୍ରେମିକ

ମୁଲାୟମ ସିଂ ଯାଦବ ମୈନପୁର ଲୋକସଭା ଆସନରୁ ସାଂସଦ ଥିବା ବେଳେ ଗତ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଆସନ ଖାଲି ପଡିଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତାକାଲି ମୈନପୁର ଲୋକସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ମୈନପୁର ଲୋକସଭା ଆସନ ବ୍ୟତୀତ ରାମପୁର ଏବଂ ଖଟଉଲି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

ABOUT THE AUTHOR

...view details