ଓଡିଶା

odisha

ETV Bharat / bharat

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମ କହିଲେ ସଲମାନ ଖୁର୍ସିଦ, ଘେରିଲେ ବିରୋଧୀ - ରାହୁଲ ଗାନ୍ଧୀ

ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ରାହୁଲ ଗାନ୍ଧୀଙ୍କୁ ତୁଳନା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ (Salman Khurshid equates Rahul Gandhi to Bhagwan Shri Ram) । ଏହି ମନ୍ତବ୍ୟକୁ ଦୃଢ ନିନ୍ଦା କଲା ବିଜେପି ଓ ବିଶ୍ବ ହିନ୍ଦୁ ପରିଷଦ । ଅଧିକ ପଢନ୍ତୁ

Salman Khurshid
Salman Khurshid

By

Published : Dec 27, 2022, 8:44 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ମନ୍ତବ୍ୟକୁ ନେଇ ବିବାଦ । ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି (Salman Khurshid equates Rahul Gandhi to Bhagwan Shri Ram) । ସଲମାନଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ଅନେକ ସଂଗଠନ ଓ ବିରୋଧୀ । ବିଶ୍ବ ହିନ୍ଦୁ ପରିଷଦ ଏହାକୁ ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହିଛି । ସଲମାନଙ୍କ ଏହି ମନ୍ତବ୍ୟ ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଶ୍ବ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ ଦାବି କରିଛନ୍ତି ।

କଂଗ୍ରସର ଭାରତ ଯୋଡ଼ ଯାତ୍ରାକୁ ନେଇ ସଲମାନ କହିଛନ୍ତି, "ଭଗବାନ ରାମଙ୍କ କଠଉ ବହୁତ ବାଟ ଯାଏ । କେତେବେଳେ କଠଉକୁ ନେଇ ମଧ୍ୟ ଚାଲିବାକୁ ପଡ଼େ । ସର୍ବଦା ଭଗବାନ ରାମ ପହଞ୍ଚିପାରିବେ ନାହିଁ । ପ୍ରଭୁ ଭରତ ତାଙ୍କ କଠଉ ଧରି ଚାଲୁଥିଲେ । କଠଉ ଧରି ଆମେ ଉତ୍ତରପ୍ରଦେଶରେ ଚାଲିଛୁ । ଉତ୍ତରପ୍ରଦେଶରେ ଏବେ କଠଉ ପହଞ୍ଚିସାରିଲାଣି ତ ଖୁବଶୀଘ୍ର ରାମ ମଧ୍ୟ ପହଞ୍ଚିଯିବେ ।" ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନଙ୍କ ରାହୁଲ ଗାନ୍ଧୀଙ୍କୁ ପ୍ରଭୁ ରାମଙ୍କ ସହିତ ତୁଳନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଶ୍ବ ହିନ୍ଦୁ ପରିଷଦ।

ଏହା ବି ପଢନ୍ତୁ- Ankita Bhandari Case: CBI ତଦନ୍ତ ଦାବିରେ ହରିଶ ରାୱତଙ୍କ ଧାରଣା

ଏହି ମନ୍ତବ୍ୟକୁ ଦୃଢ ବିରୋଧ କରି ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ କହିଛନ୍ତି, "ପ୍ରଭୁ ରାମଙ୍କ ଅସ୍ତିତ୍ବକୁ ଅସ୍ବୀକାର କରିଥିବା କଂଗ୍ରେସକୁ ଏବେ ରାମଙ୍କ କଥା ମନେ ପଡୁଛି । ପୂର୍ବରୁ ଏହି ଦେଶରେ ରାମ ବିଦ୍ୟମାନ ନଥିଲେ ବୋଲି କଂଗ୍ରେସ ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିଥିଲା । ସେହି କଂଗ୍ରେସ ଆଜି ପ୍ରଭୁ ରାମ ଏବଂ ତାଙ୍କ କଠଉକୁ ମନେ ପକାଉଛି ।" ରାହୁଲ ଗାନ୍ଧୀଙ୍କୁ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ସହ ତୁଳନାକୁ କଡ଼ା ନିନ୍ଦା କରି ସେ କହିଥିଲେ ଯେ ଦେଶବାସୀ କେବେ ବି ଏହାକୁ ଗ୍ରହଣ କରିବେ ନାହିଁ । କଂଗ୍ରେସ ସମାପ୍ତ ହେବାକୁ ଯାଉଛି ଏବଂ ଏହା ବିପଦ କାଳେ ବିପରୀତ ବୁଦ୍ଧି ବୋଲି କହିଥିଲେ ।

ସେପଟେ ଏନେଇ ବିଜେପି ଜାତୀୟ ସମ୍ପାଦକ ତରୁଣ ଚୁଗ କହିଛନ୍ତି, " କଂଗ୍ରେସ ନେତା ମହାପରିକ୍ରମାବାଦୀ । ତାଙ୍କୁ ଗାନ୍ଧୀ-ନେହେରୁ ପରିବାର ବ୍ୟତୀତ ଆଉ କେହି ଦୃଶ୍ୟ ହୁଅନ୍ତି ନାହିଁ । ଭଗବାନ ରାମଙ୍କୁ କାଳ୍ପନିକ କାହାଣୀ କହୁଥିବା କଂଗ୍ରେସ ଏବେ ପ୍ରଭୁ ରାମଚନ୍ଦ୍ରକୁ ସ୍ମରଣ କରୁଛି । ବାବରୀ ମସଜିଦ ପୁଣି ନିର୍ମାଣ କରିବାକୁ କହୁଥିବା କଂଗ୍ରେସ ପ୍ରଭୁ ରାମଚନ୍ଦ୍ରକୁ ମନେ ପକାଉଛି । ଏହା କଂଗ୍ରେସର ଅହଂକାର ।"

ABOUT THE AUTHOR

...view details