ଓଡିଶା

odisha

ETV Bharat / bharat

ସଲମାନ ଖାନଙ୍କୁ ବିପଦ, ଘର ବାହାରେ ବଢିଲା ସୁରକ୍ଷା ବ୍ୟବସ୍ଥା - ସଲମାନ ଖାନଙ୍କ ଘରେ ବଢିଲା ସୁରକ୍ଷା ବ୍ୟବସ୍ଥା

ପୁଣି ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ବଢିଲା ବିପଦ । ସୋମବାର ସକାଳେ ସଲମାନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Sep 12, 2022, 10:46 PM IST

ମୁମ୍ବାଇ:ବଲିଉଡ଼ର ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନ ଗତ କିଛି ଦିନ ତଳେ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ସହଯୋଗୀ କପିଲ ପଣ୍ଡିତ ସଲମାନଙ୍କ ଘରେ ରେକି (ଘର ଆଗରେ ବୁଲି ଆସିବା ) କରିଥିବା କହିବା ପରେ ସୋମବାର ସକାଳେ ମୁମ୍ବାଇ ପୋଲିସ ସଲମାନଙ୍କ ଘର ପହଞ୍ଚିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।

କପିଲ ପଣ୍ଡିତର କହିବାନୁସାରେ ମୁମ୍ବାଇରେ ସେମାନେ ଅନେକଙ୍କ ଘରକୁ ରେଇକି ପାଇଁ ଯାଉଛନ୍ତି । ଏଥିଲାଗି ପୋଲିସ ସଲମାନଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି । ଗତ କିଛି ଦିନ ତଳେ ସଲମାନଙ୍କ ପିତା ବାହାରକୁ ମର୍ଣ୍ଣିଂ ୱାକ୍‌ ପାଇଁ ଯାଇଥିବା ବେଳେ ଏକ ଚିଠି ପାଇଥିଲେ । ସେଥିରେ ସଲମାନଙ୍କ ସମେତ ତାଙ୍କୁ ମଧ୍ୟ ହତ୍ୟା ଧମକ ରହିଥିଲା । ଏହାପରେ ମୁମ୍ବାଇ ପୋଲିସ ଏପରି ପଦକ୍ଷେପ ଗ୍ରହଣ କରିଛି ।

ଏହା ବି ପଢନ୍ତୁ- Black Buck Case: ସଲମାନଙ୍କୁ ପୁଣି ଖୋଲା ଚେତାବନୀ ଦେଲା ଲରେନ୍ସ ବିଷ୍ଣୋଇ

ପଣ୍ଡିତର ଏହି କଥାରେ କେତେ ସତ୍ୟତା ରହିଛି ସେ ନେଇ ମୁମ୍ବାଇ ପୋଲିସ ମଧ୍ୟ ଯାଞ୍ଚ କରୁଛି । କପିଲ ପଣ୍ଡିତ ସଚିନ ବିଷ୍ଣୁ ଓ ସନ୍ତୋଷ ଯାଦବ ସହିତ ଏହି କାର୍ଯ୍ୟ ପାଇଁ ସଲମାନଙ୍କ ଘରକୁ ମଧ୍ୟ ଯାଇଥିଲା । ତେବେ ଗୋଲ୍ଡି ବରାର ଏହି କାର୍ଯ୍ୟର ମାଷ୍ଟର ମାଇଣ୍ଡ ବୋଲି ସେ କହିଥିଲା । ତେବେ ତିହାର ଜେଲରେ ଥିବା ଲରେନ୍ସ ବିଷ୍ଣୋଇକୁ ଏ ସମ୍ପର୍କରେ ପୋଲିସ ପଚାରିବା ପରେ ସେ ଏହାକୁ ଭିତ୍ତିହୀନ ବୋଲି କହିଥିଲା ।

ଏହା ବି ପଢନ୍ତୁ- ବନ୍ଧୁକ ରଖିପାରିବେ ସଲମାନ ଖାନ, ମିଲିଲା ଆର୍ମ ଲାଇସେନ୍ସ

ଏହାରି ମଧ୍ୟରେ ଏକାଧିକ ଥର ହତ୍ୟା ଧମକ ପାଇ ସାରିଥିବା ବଲିଉଡ ଅଭିନେତା ସଲମାନ ଖାନ ଆତ୍ମରକ୍ଷା ପାଇଁ ବନ୍ଧୁକ ରଖିପାରିବେ । ଏଥିଲାଗି ସଲମାନ ଗତ କିଛି ଦିନ ପୂର୍ବରୁ ଆବେଦନ କରିଥିବା ଆର୍ମ ଲାଇସେନ୍ସକୁ ଅନୁମତି ଦେଇଥିଲା ମହାରାଷ୍ଟ୍ର ଗୃହ ବିଭାଗ । ଏକାଧିକ ଥର ହତ୍ୟା ଧମକର ଶିକାର ହୋଇଥିବା ସଲମାନ ଖାନ ନିଜେ ତାଙ୍କୁ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ।

ପୂର୍ବରୁ ସଲମାନ ଏକାଧିକ ଥର ହତ୍ୟା ଧମକ ପାଇସାରିଛନ୍ତି । ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୋସେଓ୍ବାଲା ହତ୍ୟାକାଣ୍ଡ ପରେ ଏକ ଚିଠି ମାଧ୍ୟମରେ ସଲମାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ହତ୍ୟା କରାଯିବା ନେଇ ଧମକ ମିଳିଥିଲା । ଏହି ଚିଠିଟି ସଲମାନଙ୍କ ପିତା ସଲିମ ଏକ ପାର୍କରେ ପାଇଥିଲେ । ଏହା ପରେ ସଲମାନ ଓ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲା ମୁମ୍ବାଇ ପୋଲିସ । ପରେ ସଲମାନ ମଧ୍ୟ ନିଜ ଆତ୍ମରକ୍ଷା ପାଇଁ ଆର୍ମ ଲାଇସେନ୍ସ ଆବେଦନ କରିଥିଲେ ।

ABOUT THE AUTHOR

...view details