ଓଡିଶା

odisha

ETV Bharat / bharat

ଗୋଟିଏ ମାସରେ ତିନି ଥର ଗିରଫ ହେଲେ ସାକେତ ଗୋଖଲେ - ସାକେତ ଗୋଖଲେ

ତୃତୀୟ ଥର ପାଇଁ ସାକେତ ଗୋଖଲେଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ । ଦିଲ୍ଲୀରୁ ଗିରଫ ପରେ ଅହମ୍ମଦାବାଦ ନେଲା ପୋଲିସ । ଅଧିକ ପଢନ୍ତୁ

saket Gokhale was arrested
saket Gokhale was arrested

By

Published : Dec 30, 2022, 7:22 AM IST

ଗାନ୍ଧୀନଗର: ପୁଣି ଗିରଫ ହେଲେ ଟିଏମସି ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ(Trinamool Congress spokesperson Saket Gokhale was arrested by Gujarat police) । ପୂର୍ବରୁ ଦୁଇ ଦୁଇ ଥର ତାଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି(ଗୁରୁବାର) ତୃତୀୟ ଥର ପାଇଁ ଗିରଫ କରିଛି ଗୁଜୁରାଟ ପୋଲିସ । ସାକେଟ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ଦିଲ୍ଲୀରୁ ଗିରଫ କରିବା ପରେ ଅହମ୍ମଦାବାଦକୁ ନେଇଛି ।

ଏହାପୂର୍ବରୁ ଗତ ଡିସେମ୍ବର ୬ ତାରିଖରେ ସକେଟ୍ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ମୋରବୀ ବ୍ରିଜ ଭୁଶୁଡିବା ଘଟଣାରେ ବିବାଦୀୟ ଟ୍ବିଟ୍ ପାଇଁ ରାଜସ୍ଥାନ ବିମାନ ବନ୍ଦରରୁ ଗିରଫ କରିଥିଲା । ଏହାପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଥିଲା । ଗତ ଡିସେମ୍ବର ୮ ତାରିଖରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଜାମିନର କିଛି ଘଣ୍ଟା ପରେ ପୁଣିଥରେ ସାକେତଙ୍କୁ ଗିରଫ କରାଯାଇଥିବା ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରାଇନ(MP Derek O’Brien) ଅଭିଯୋଗ କରିଥିଲେ । ଏହାପରେ ଡିସେମ୍ବର ୯ ତାରିଖରେ ଦ୍ବିତୀୟ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ଗୋଖଲେଙ୍କ ଗିରଫ ପରେ ପାଞ୍ଚ ସଦସ୍ୟ ବିଶିଷ୍ଟ ଟିଏମସି ସଂସଦୀୟ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦଳର ମୁଖପାତ୍ରଙ୍କ ଗିରଫଦାରୀକୁ ବିରୋଧ କରିଥିଲେ।

ଏହା ମଧ୍ୟ ପଢନ୍ତୁ-Heeraben Modi passes away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ପରଲୋକ

ତୃଣମୂଳ କଂଗ୍ରେସର ମୁଖପାତ୍ରଙ୍କୁ ବାରମ୍ବାର ଗିରଫ ନେଇ ପ୍ରତିନିଧୀ ଦଳ ସିଇସିଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ, ''ଗୋଖଲେଙ୍କୁ ଅହମ୍ମଦାବାଦରେ ଥରେ ଗିରଫ କରାଯାଇଥିଲା ଏବଂ ମଡେଲ କୋର୍ଡ ଅଫ କଣ୍ଡକ୍ଟ ଲାଗୁ ହେବାପରେ ମଧ୍ୟ ମୋରବୀରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ଗୋଖଲେଙ୍କ ବିରୋଧରେ ଧାରା 125 (ଜନପ୍ରତିନିଧିତ୍ବ ଅଧିନିୟମ) ଅନୁଯାୟୀ ଭୁଲ ଅଭିଯୋଗ କରାଯାଇଛି । ତେଣୁ ଏହା ଗୋଖଲେଙ୍କ ପ୍ରତି ନିର୍ଯାତନା ବୋଲି କହିଥିଲେ ଟିଏମସି ସାଂସଦ ସୌଗତା ରାୟ । ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ଗୁଜୁରାଟ ପୋଲିସ ଦ୍ୱାରା ସାକେଟ ଗୋଖଲେଙ୍କୁ ଗିରଫ କରାଯାଇଛି ।

ABOUT THE AUTHOR

...view details