ଓଡିଶା

odisha

ETV Bharat / bharat

Shraddha Murder Case: ୫ଦିନ ମଧ୍ୟରେ ଅଫତାବର ହେବ ନାର୍କୋଟିକ୍‌ ଟେଷ୍ଟ

ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡରେ ଆଜି ଅଭିଯୁକ୍ତର ୫ ଦିନ ମଧ୍ୟରେ ନାର୍କୋ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସାକେତ କୋର୍ଟ । ଅଧିକ ପଢ଼ନ୍ତୁ

Shraddha Murder Case: ୫ ଦିନ ମଧ୍ୟରେ ଅଫତାବର ହେବ ନାର୍କୋଟିକ୍‌ ଟେଷ୍ଟ
Shraddha Murder Case: ୫ ଦିନ ମଧ୍ୟରେ ଅଫତାବର ହେବ ନାର୍କୋଟିକ୍‌ ଟେଷ୍ଟ

By

Published : Nov 18, 2022, 10:56 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡରେ ଆଜି ଅଭିଯୁକ୍ତର ୫ ଦିନ ମଧ୍ୟରେ ନାର୍କୋ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସାକେତ କୋର୍ଟ । ତାସହିତ ଅଭିଯୁକ୍ତ ସହ କୌଣସି ପ୍ରକାର ଥାର୍ଡ ଡିଗ୍ରୀ ବ୍ୟବହାର କରିବାକୁ ବାରଣ କରିଛନ୍ତି ।

ଅଭିଯୁକ୍ତ ଅଫତାବ ପୁନାବାଲାକୁ ଭିଡିଓ କନ୍‌ଫରେସିଂ ଜରିଆରେ ସାକେତ କୋର୍ଟରେ ହାଜର କରାଯାଇଥିଲା । ସେହି ସମୟରେ ତାକୁ ୫ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଏହାପୂର୍ବରୁ ମଧ୍ୟ କୋର୍ଟ ଅଭିଯୁକ୍ତ ନାର୍କୋଟିକ୍‌ ଟେଷ୍ ପାଇଁ ଅନୁମତି ପ୍ରଦାନ କରିଥିଲେ । ତେବେ ତଦନ୍ତ ପାଇଁ ଅଭିଯୁ୍କ୍ତକୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ନେବାକୁ ହେବ ବୋଲି କୋର୍ଟଙ୍କୁ ଜଣାଇଥିଲା ପୋଲିସ । ଏହି କ୍ରମରେ ଦିଲ୍ଲୀ ପୋଲିସର ଏକ ଟିମ୍‌ ତଦନ୍ତ ପାଇଁ ମହାରାଷ୍ଟ୍ରର ପାଲଘରରେ ପହଞ୍ଚିଛି । ଏହାପରେ ଯଥାଶୀଘ୍ର ଅଭଯୁକ୍ତର ନାର୍କୋ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ପୋଲିସ ତଦନ୍ତ ଜଣା ପଡ଼ିଛି ଯେ ଅଭିଯୁକ୍ତ ଅଫତାବ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିଲା । ଶ୍ରଦ୍ଧାକୁ ହତ୍ୟା କରିବା ସେହିଦିନ ଲଗାତାର ନିଶାସେବନ କରିଥିଲା । ଶ୍ରଦ୍ଧାର ତଣ୍ଟି ଚିପି ହତ୍ୟା କରିଥିଲା ଅଫତାବ । ଏହାପରେ ମୃତଦେହ ପାଖରେ ବସି ସାରା ରାତି ଗଞ୍ଜେଇ ସେବନ କରିଥିଲା ଅଫତାବ । ପରବର୍ତ୍ତୀ ସମୟରେ ମୃତଦେହର ୩୫ ଖଣ୍ଡ କରିଥିଲା ।

ABOUT THE AUTHOR

...view details