ଓଡିଶା

odisha

ETV Bharat / bharat

Shraddha Murder Case: ଅଫତାବର ହେବ ନାର୍କୋ ଟେଷ୍ଟ, ନୂଆ ତଥ୍ୟର ଖୁଲାସା କଲା ପୋଲିସ - ପ୍ରେମିକକୁ ୩୫ ଖଣ୍ଡ

ଅଫତାବର ହେବ ନାର୍କୋ ଟେଷ୍ଟ । ଦିଲ୍ଲୀ ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ଘଟଣା (Shraddha Walker Murder Case)। ବାରମ୍ବାର ବୟାନ ବଦଳାଉଥିବା ଅଭିଯୁକ୍ତ ପ୍ରେମିକ ଅଫତାବର ହେବ ନାର୍କୋ ଟେଷ୍ଟ । ଅଧିକ ପଢନ୍ତୁ

Shraddha Murder Case: ଅଭିଯୁକ୍ତର ହେବ ନାର୍କୋ ଟେଷ୍ଟ, ଅନୁମତି ଦେଲେ କୋର୍ଟ
Shraddha Murder Case: ଅଭିଯୁକ୍ତର ହେବ ନାର୍କୋ ଟେଷ୍ଟ, ଅନୁମତି ଦେଲେ କୋର୍ଟ

By

Published : Nov 17, 2022, 5:31 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମହରୋଲି ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିବା ଶ୍ରଦ୍ଧା ୱାକର ହତ୍ୟା ଘଟଣା । ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରିଥିବା ଅଭିଯୁକ୍ତ ପ୍ରେମିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ଏହାରି ମଧ୍ୟରେ ବୁଧବାର ସାକେତ କୋର୍ଟ ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି (Saket court allows Narco test of accused) । ଏହାପୂର୍ବରୁ ପୋଲିସ କୋର୍ଟରେ ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଥିଲା । ପୋଲିସ ଦିଲ୍ଲୀ ଏମ୍ସରେ ପହଞ୍ଚି ଅଭିଯୁକ୍ତ ପ୍ରେମିକ ଅଫତାବଙ୍କ ମେଡ଼ିକାଲ ଟେଷ୍ଟ ମଧ୍ୟ କରାଇଛି ।

ଅଫତାବ ବାରମ୍ବାର ବୟାନ ବଦଳାଉଥିବାରୁ ପୋଲିସ ପୁଣି ତଥ୍ୟ ସଂଗ୍ରହ କରିବା ଲାଗି ଅଫତାବର ରୁମ୍‌କୁ ମଧ୍ୟ ଯାଇଥିଲା । ତେବେ ନାର୍କୋ ଟେଷ୍ଟ ଦ୍ବାରା ଅନେକ ତଥ୍ୟ ସାମନାକୁ ଆସିବ ବୋଲି ପୋଲିସ ଆଶା କରିଛି । ଦିଲ୍ଲୀ ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ ସିପି ଓ ଜଏଣ୍ଟ ସିପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଠଛି । ଏହାସହିତ ଟ୍ରାଫିକ ପୋଲିସ କ୍ରାଇମବ୍ରାଞ୍ଚ ସ୍ପେଶାଲ ଷ୍ଟାଫ ସହିତ ଅନେକ ଟିମ ଗଠନ କରିଛି ।

ଶ୍ରଦ୍ଧାଙ୍କ ମୃତ ଶରୀରର ଅନେକ ଅଂଶ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଶ୍ରଦ୍ଧାଙ୍କ କଟାମୁଣ୍ଡ ପୋଲିସକୁ ମିଳିନାହିଁ । ବୁଧବାର ଅଭିଯୁକ୍ତ ଅଫତାବକୁ ସାକେତ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏଥିଲାଗି ଅନୁମତି ଦେବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରିଛି । ଏହାସହିତ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଏହା ବି ପଢନ୍ତୁ- ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅନ୍ୟ ଯୁବତୀଙ୍କୁ ଡେଟିଂ କରୁଥିଲା ଅଭିଯୁକ୍ତ

ହତ୍ୟା ପରେ ଅଧିକ ପାଣି ବ୍ୟବହାର କରୁଥିଲା ଅଭିଯୁକ୍ତ:-

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପ୍ରେମିକ ଉକ୍ତ ମାସରେ ଅଧିକ ପାଣି ବ୍ୟବହାର କରୁଥିଲା । ଶ୍ରଦ୍ଧାଙ୍କୁ ହତ୍ୟା ପରେ ରକ୍ତ ସଫା କରିବା ପାଇଁ ସେ ପାଣି ବ୍ୟବହାର କରୁଥିବା ନେଇ ସନ୍ଦେହ କରୁଛି ପୋଲିସ । ଉକ୍ତ ମାସରେ ୩୦୦ ଟଙ୍କା ପାଣି ବିଲ୍‌ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେହି ଅର୍ଥ ଅଫତାବ ପୈଠ କରିନଥିବା କହିଛନ୍ତି ଘର ମାଲିକ । ଏହାସହିତ ଅଫତାବ ବାରମ୍ବାର ପାଣି ଟାଙ୍କି ମଧ୍ୟ ଚେକ୍‌ କରୁଥିବା ଜଣାପଡ଼ିଛି ।

ହତ୍ୟା ପରେ ମଦ ପିଇ ନେଟଫ୍ଲିକ୍ସ ଦେଖିଥିଲା ଅଭିଯୁକ୍ତ:-

ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ପ୍ରେମିକ ଅଫତାବ ମଦ୍ୟ ପାନ କରିଥିଲା । ଏହାସହିତ ନେଟଫ୍ଲିକ୍ସରେ ଅନେକ ଫିଲ୍ମ ମଧ୍ୟ ଦେଖିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

କଣ ଥିଲା ଘଟଣା ?

ସୂଚନା ଥାଉ କି ଶ୍ରଦ୍ଧାଙ୍କୁ ହତ୍ୟା କରିବା ଅଫତାବର ଏକ ଯୋଜନା ଥିଲା । ଏଥି ପାଇଁ ହତ୍ୟାପରେ କିଭଳି ଏହି ଘଟଣା କାହା ସାମ୍ନାକୁ ଆସିବ ନାହିଁ ସେନେଇ ଇଣ୍ଟରନେଟର ସାହାଯ୍ୟ ନେଇଥିଲା । ହତ୍ୟା ପରେ ମୃତ ଶରୀରର ଖଣ୍ଡ ଖଣ୍ଡ ଅଙ୍ଗ ଗୁଡିକୁ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ କିପରି ସଂରକ୍ଷିତ କରିହେବ ସେନେଇ ଇଣ୍ଟରନେଟରେ ସମସ୍ତ ତଥ୍ୟ ଖୋଜିଲା । ପୋଲିସ ଅଭିଯୁକ୍ତର ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ଜବତ କରି ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଛି । ଡିଜିଟାଲ ପ୍ରମାଣକୁ ଆଧାର କରି କରି ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରାଯାଉଥିବା ପୋଲିସ କହିଛି ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ଅନ୍ୟ ଜଣେ ଯୁବତୀ ସହିତ ଏକ ଡେଟିଂ ଆପ ମାଧ୍ୟମରେ ଯୋଗାଯୋଗ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ, ଅଫତାବ କେବେ ଠାରୁ ଅନ୍ୟ ଯୁବତୀଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ । ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଅଫତାବ ବହୁ ପୂର୍ବରୁ ଯୋଜନା କରିଥିଲା । ୱେବ୍ ସିରିଜ୍ ଏବଂ କ୍ରାଇମ ସୋ ତଥା ଇଣ୍ଟରନେଟରୁ ଜାଣିବାକୁ ଚେଷ୍ଟା କରିଥିଲା ​​ଯେ ହତ୍ୟାକାଣ୍ଡ ପରେ ପୋଲିସ ନିକଟରୁ କେମିତି ବର୍ତ୍ତିପାରିବ । କିନ୍ତୁ ଅପରାଧ ଘଟାଇବା ବେଳେ ପୋଲିସ ଠାରୁ ଖସିଯିବା ଅସମ୍ଭବ ବୋଲି ଆଫାତାବ କେବେ ଭାବି ନଥିଲା ।

ABOUT THE AUTHOR

...view details