ଓଡିଶା

odisha

ETV Bharat / bharat

Shahabad Murder Case: ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ସାହିଲ, FSL ରିପୋର୍ଟରେ ଖୁଲାସା

ଦିଲ୍ଲୀରେ ପ୍ରେମିକାକୁ 21 ଥର ଛୁରୀ ଭୁସି ହତ୍ୟା କରିବା ଘଟଣା । ହତ୍ୟା ପୂର୍ବରୁ ପ୍ରେମିକାକୁ ଦୁଷ୍କର୍ମ କରିଥିଲା ପ୍ରେମିକ। ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 3, 2023, 7:26 PM IST

ନୂଆଦିଲ୍ଲୀ: ଶାହାବାଦ ଡେରି ଅଞ୍ଚଳରେ ନାବାଳିକା ପ୍ରେମିକାକୁ 21 ଥର ଛୁରୀ ଭୁସି ହତ୍ୟା କରିବା ଘଟଣା । ନାବାଳିକାଙ୍କୁ ହତ୍ୟା କରିବା ପୂର୍ବରୁ ପ୍ରେମିକ ସାହିଲ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଫରେନ୍ସିକ ସାଇନ୍ସ ଲାବ୍ରୋଟୋରୀ (FSL) ରିପୋର୍ଟରେ ଏ ନେଇ ଖୁଲାସା ହେବା ପରେ ଅଭିଯୁକ୍ତ ପ୍ରେମିକ ବିରୋଧରେ ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି । ଏବେ ବି ଘଟଣାରେ ପୋଲିସ ତଦନ୍ତ ଜାରି କରିଥିବା ଜଣାପଡ଼ିଛି ।

ଗତ ମେ' 28 ତାରିଖରେ ବିଚ୍‌ ରାସ୍ତାରେ ପ୍ରେମିକାକୁ 21 ଥର ଛୁରୀ ଭୁସି ହତ୍ୟା କରିବା ଘଟଣା ସାରା ଦେଶକୁ ବିଚଳିତ କରିଥିଲା । ଛୁରୀ ଭୁସିବା ପରେ ପ୍ରେମିକ ସାହିଲ ପଥରରେ ଛେଚିଥିବା ମଧ୍ୟ ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା । ଏହି ନୃଶଂସକାଣ୍ଡକୁ ସାରା ଦେଶରେ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତ ପ୍ରେମିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ- Delhi Murder Case: ଫାଶୀ ଦଣ୍ଡ ମାଗିଲା ପରିବାର; 2ଦିନ ତଳେ ହରିଦ୍ୱାରରୁ ଛୁରୀ କିଣିଥିଲା ସାହିଲ

ଏହି ମାମଲାରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଉତ୍ତରପ୍ରଦେଶ ବୁଲନ୍ଦ ଜିଲ୍ଲାରୁ ପୋଲିସ ଗିରଫ କରିଥିଲା । ପୋଲିସ ଅଭିଯୁକ୍ତ ପ୍ରେମିକକୁ ପଚରାଉଚରା କରିବା ସହିତ ପୀଡ଼ିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିଲା । ଏହି ମାମଲାରେ ଏବେ FSL ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଯୁବତୀଙ୍କ ଶରୀରରେ ଶୁକ୍ରାଣୁ ମିଳିଛି । ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି ଯେ ନାବାଳିକା ଜଣକ ଯୌନ ଶୋଷଣର ଶିକାର ହୋଇଛନ୍ତି । ଏହାପରେ ପୋଲିସ ଏଫଆଇଆରରେ ଦୁଷ୍କର୍ମ ମାମଲା ମଧ୍ୟ ରୁଜୁ କରିଛି ।

ଏହା ବି ପଢନ୍ତୁ- Delhi Murder Case: ପୀଡ଼ିତା ପରିବାରକୁ ୧୦ଲକ୍ଷ ସହାୟତା ରାଶି ଦେବ AAP

ସୂଚନା ଥାଉ କି ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ପୀଡିତା ଜଣକ ନିଜ ବନ୍ଧୁ ଘରକୁ ଯାଇଥିଲେ । ବନ୍ଧୁ ପାର୍ଟି ପାଇଁ ରେଡ୍ଡି ହୋଇନଥିବାରୁ ସେ ତାଙ୍କୁ ଘର ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ସାହିଲ ଆସି ପୀଡ଼ିତାଙ୍କ ସହ କିଛି ସମୟ କଥା ହୋଇଥିଲା । ଏହାପରେ ଏକ ଛୁରୀରେ ନାବାଳିକାଙ୍କୁ 21 ଥର ଆକ୍ରମଣ କରି ହତ୍ୟା କରିଥିଲା। ସେହି ବାଟ ଦେଇ ଅନେକ ଲୋକ ଯିବାଆସିବା କରୁଥିବା ବେଳେ କେବଳ ଦର୍ଶକ ସାଜିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ସାକ୍ଷୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଭୟ 3 ବର୍ଷ ପରସ୍ପର ସହ ସମ୍ପର୍କରେ ଥିଲେ । ହେଲେ ନାବାଳିକା ଜଣକ ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରିବା ପରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details