ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ସମେତ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ (Assembly Election Results) ର ଫଳ ପ୍ରକାଶ ପାଇ ସାରିଛି । କେବଳ ପଞ୍ଜାବକୁ ଛାଡି ଗେରୁଆ ଦଳ ବିଜେପି ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରରେ ବିପୁଳ ବିଜୟ ହାସଲ କରିଛି । ଗଡ ବଜାୟ ରଖିଛି ବିଜେପି । ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରିବା ସହ ଏହି ବିଜୟ ୨୦୨୪ ଫଳାଫଳ ପାଇଁ ସଂକେତ ବୋଲି କହିଥିଲେ । ଯାହାକୁ ସମାଲୋଚନା କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର।
ମୋଦିଙ୍କ ଏହି ମନ୍ତବ୍ୟକୁ ସାହେବ ଚତୁର ପ୍ରୟାସ ବୋଲି କହିଛନ୍ତି । ବିଜେପି ୪ ରାଜ୍ୟରେ କ୍ଷମତା ଦଖଲ କରିଛି। ଉତ୍ତର ପ୍ରଦେଶ, ବିଜେପି, ଗୋଆ ଓ ମଣିପୁରରେ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଦଳର କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ୨୦୨୨ ଫଳାଫଳ ୨୦୨୪ ନିର୍ବାଚନର ସଙ୍କେତ ଦେଇଥିବା ମୋଦି କହିଥିଲେ। ଭାରତ ପାଇଁ ଲଢ଼େଇ ହେବ ଓ ୨୦୨୪ରେ ଏହାର ନିଷ୍ପତ୍ତି ହେବ ବୋଲି ମୋଦି କହିବା ପରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି।