ଓଡିଶା

odisha

ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟଙ୍କ ନାଁରେ ଜାରିହେଲା ଗିରଫ ଓ୍ବାରେଣ୍ଟ

By

Published : May 13, 2022, 12:05 PM IST

Updated : May 13, 2022, 12:46 PM IST

ଆଜିବି କୋର୍ଟରେ ହାଜର ହେଲେନାହିଁ ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟ । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବାରୁ ଜାରିହେଲା ଗିରଫ ଓ୍ବାରେଣ୍ଟ । ଅଧିକ ପଢନ୍ତୁ

ଆଜି ପାଟଣା ହାଇକୋର୍ଟରେ ହାଜର ହେବେ ସୁବ୍ରତ ରଏ
ଆଜି ପାଟଣା ହାଇକୋର୍ଟରେ ହାଜର ହେବେ ସୁବ୍ରତ ରଏ

ପାଟଣା:ସାହାରା ଗ୍ରୁପ ଅଧ୍ୟକ୍ଷ(Sahara Group Chairman) ସୁବ୍ରତ ରୟଙ୍କ ପାଇଁ ବଢିଲା ଅଡୁଆ । ଶୁକ୍ରବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ଏହାକୁ ଅବମାନନା କରିଛନ୍ତି । ଫଳରେ ବର୍ତ୍ତମାନ କୋର୍ଟ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି । ଏଥିସହ ବିହାର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଡିଜିପିଙ୍କୁ ସୁବ୍ରତ ରୟଙ୍କୁ ଗିରଫ କରିବାକୁ ପାଟଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ସକାଳ ୧୦ଟା ୩୦ରେ ହାଇକୋର୍ଟରେ ହାଜର ହେବାକୁ କୁହାଯାଇଥିଲା, ଏହାକୁ ଅବମାନନା କଲେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରାଯିବା ନେଇ ମଧ୍ୟ ପୂର୍ବରୁ କୁହାଯାଇଥିଲା । ଆଜି କୋର୍ଟରେ ହାଜର ନହେବାରୁ ଏହି ମାମଲାର ଶୁଣାଣି ଆସନ୍ତା ୧୭ରେ ହେବ ।

Last Updated : May 13, 2022, 12:46 PM IST

ABOUT THE AUTHOR

...view details