ନୂଆଦିଲ୍ଲୀ :ଛତ୍ରଶାଲ ଷ୍ଟାଡିୟମରେ ହୋଇଥିବା କୁସ୍ତିଯୋଦ୍ଧା ସାଗର ଧନଖର ହତ୍ୟା ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ଅଲମ୍ପିକ ମେଡାଲିଷ୍ଟ ସୁଶୀଲ କୁମାରଙ୍କୁ ମଣ୍ତୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ସେ ତିହାର ଜେଲର 2 ନମ୍ବର ସେଲରେ ରହିବେ । ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସାଗର ଧନଖର ହତ୍ୟା ମାମଲା; ତିହାର ଜେଲକୁ ଗଲେ ରେସଲର ସୁଶୀଲ କୁମାର - ତିହାର ଜେଲକୁ ଗଲା ମୁଖ୍ୟ ଅଭିଯୁକ୍ତ ସୁଶୀଲ
ସାଗର ଧନଖର ହତ୍ୟା ମାମଲା । ତିହାର ଜେଲକୁ ଗଲେ ମୁଖ୍ୟ ଅଭିଯୁକ୍ତ ସୁଶୀଲ । ଅଧିକ ପଢନ୍ତୁ...
ସୁଶୀଲ ସାଗର ଧନକର ହତ୍ୟା ମାମଲା ଗତ 23 ତାରିଖରେ ଦିଲ୍ଲୀର ମୁଣ୍ତୁକା ଅଞ୍ଚଳରୁ ଗିରଫ ହୋଇଥିଲେ । ପରେ କୋର୍ଟ ତାଙ୍କୁ 6 ଦିନିଆ ରିମାଣ୍ତରେ ପୋଲିସ ହେପାଜତକୁ ପଠାଇଥିଲେ । ପରେ ରିମାଣ୍ତର ଅବଧୁକୁ ଆଉ 4 ଦିନ ବଢାଇ ଦିଆଯାଇଥିଲା । ଗତ ମେ 4 କି 5 ତାରିଖରେ ସାଗର ଓ ତାଙ୍କ ଦୁଇ ସାଙ୍ଗ ଅମିତ ଓ ସୋନୁଙ୍କୁ ସୁଶୀଲ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପରେ ସମସ୍ତେ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା । ହେଲେ ସାଗରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏପରିକି ଗତ ମାସରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସୁଶୀଲ ଓ ତାଙ୍କର ଆଉ କିଛି ସାଙ୍ଗମାନେ ଏକ ବାଡିରେ ସାଗରଙ୍କୁ ପିଟୁ ଥିବାର ଭିଡିଓ ଭାଇରାଲ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ