କୋଲକାତା: ପଶ୍ଚିମବଙ୍ଗରୁ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗଙ୍ଗାସାଗର ମେଳାକୁ ଯାଉଥିବା 3 ଜଣ ସାଧୁଙ୍କୁ ପିଲା ଚୋର ଭାବି ନିସ୍ତୁକ ମାଡ ମରାଯାଇଛି । କିଛି ଲୋକେ ମିଶି ସେମାନଙ୍କୁ ନିବସ୍ତ୍ର କରି ଖୁବ୍ ମାରପିଟ୍ କରିଥିବା ଜଣାପଡିଛି । ସେହି ସାଧୁମାନେ ମେଳାକୁ ବାଟ ନପାଇବାରୁ କିଛି ନାବାଳିକାଙ୍କୁ ରାସ୍ତା ପଚାରିଥିଲେ । ହେଲେ ନାବାଳିକାମାନେ ସାଧୁଙ୍କ ଦେଖି ଭୟରେ ଦୌଡ଼ି ପଳାଇଯାଇ ଲୋକଙ୍କ ଆଗରେ ପିଲା ଚୋର ବୋଲି କହିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକେ ସାଧୁମାନଙ୍କ ଉପରେ ଆକ୍ରମଣ କରିଥିଲେ ।
ଘଟଣାଟି ଗୁରୁବାର ସନ୍ଧ୍ୟାର । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହା ଘଟିଛି । ଯାହା ସୂଚନା ମିଳିଛି, ମକର ସଂକ୍ରାନ୍ତି ଉତ୍ସବ ପାଇଁ ଜଣେ ସାଧୁ ନିଜର ଦୁଇ ପୁଅ (ସାଧୁ)ଙ୍କ ସହ ଏକ ଗାଡ଼ିରେ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗରେ ହେଉଥିବା ଗଙ୍ଗାସାଗର ମେଳାକୁ ଆସୁଥିଲେ । ହେଲେ ବାଟରେ ସେମାନେ ରାସ୍ତା ଜାଣି ପାରିନଥିଲେ । ତେଣୁ ସେହି ବାଟ ଦେଇ ଯାଉଥିବା 3 ଜଣ ନାବାଳିକାଙ୍କୁ ମେଳାକୁ ରାସ୍ତା ପଚାରିଥିଲେ । କିନ୍ତୁ ନାବାଳିକାମାନେ ସାଧୁମାନଙ୍କ ବେଶଭୂଷା ଦେଖି ତାଙ୍କୁ ପିଲା ଚୋର ବୋଲି ଭାବିଥିଲେ ଏବଂ ଭୟରେ ଦୌଡ଼ି ପଳାଇ ଲୋକଙ୍କୁ କହିଥିଲେ ।
ଏହା ମଧ୍ୟ ପଢନ୍ତୁ: ମଣିପୁରରେ ପୁଣି ହିଂସା: ବାପ-ପୁଅଙ୍କ ସମେତ 4 ଜଣଙ୍କୁ ହତ୍ୟା