ଓଡିଶା

odisha

ETV Bharat / bharat

ମଥୁରାରେ ଛାତିଥରା ଘଟଣା, ବିଚ୍‌ ରାସ୍ତାରେ ଶିଶୁପୁତ୍ରକୁ କଚାଡି ମାରିଲେ ସାଧୁ

ପାଞ୍ଚ ବର୍ଷର ଶିଶୁକୁ ବିଚ ରାସ୍ତାରେ କଚାଡି ମାରିଲେ ସାଧୁ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

child killed by sadhu in Mathura
child killed by sadhu in Mathura

By

Published : Aug 20, 2023, 2:22 PM IST

child killed by sadhu in Mathura

ଲକ୍ଷ୍ନୌ: ସାଧୁଙ୍କ ଅମାନବୀୟ କାଣ୍ଡ । ପାଞ୍ଚ ବର୍ଷର ଶିଶୁକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କଲେ ସାଧୁ । ବିଚ ରାସ୍ତାରେ ଶିଶୁକୁ କଚାଡି ମାରିଲେ ସାଧୁ । ଶେଷରେ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଧୁଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋବର୍ଦ୍ଧନ ଥାନା ଅଧୀନରେ ଥିବା ରାଧା କୁଣ୍ଡ ନିକଟରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାଧୁ ଜଣଙ୍କୁ କାବୁ କରିଥିବା ଜଣାପଡିଛି । ମୃତ ପାଞ୍ଚ ବର୍ଷର ଶିଶୁ ହେଉଛି ମୋରାଦାବାଦ ରାମପୁରର ବାସିନ୍ଦା ଅଙ୍କିତ ।

ଏହା ମଧ୍ୟ ପଢନ୍ତୁ-ଏକତରଫା ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ ! ମାଆ ଆଗରେ ଝିଅକୁ ଛୁରୀ ଭୁସି ହତ୍ୟା

ଏପରି ଘଟଣା ପରେ ଶିଶୁଟିର ମୃତଦେହ ରାସ୍ତାରେ ରଖି ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ । ମୃତଦେହ ନେବାକୁ ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ ହତ୍ୟାତାରୀ ସାଧୁ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । କେଉଁ କାରଣରୁ ଶିଶୁକୁ ଏଭଳି ନିର୍ଦ୍ଦୟ ଭାବେ ସାଧୁ ଜଣଙ୍କ ହତ୍ୟା କଲେ ତାର କାରଣ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ସାଧୁଙ୍କ ଅସାଧୁ କାମ, ପୁରୁଷ ସିକ୍ୟୁରିଟି ଗାର୍ଡକୁ ଦେଲେ ଯୌନ ନିର୍ଯାତନା

ସୂଚନାନୁସାରେ, ମୋରାଦାବାଦ ରାମପୁରର ବାସିନ୍ଦା 5 ବର୍ଷୀୟ ଅଙ୍କିତ ଗତ 3 ରୁ 4 ବର୍ଷ ଧରି ତାଙ୍କ ଜେଜବାପା କମଲ ସାଇନିଙ୍କ ଘରେ ରହୁଥିଲେ । ଶନିବାର ସନ୍ଧ୍ୟାରେ ଅଙ୍କିତ ରାଧା କୁଣ୍ଡ ନିକଟରେ ବୁଲୁଥିଲେ । ଏହି ସମୟରେ ହଠାତ୍ ଜଣେ ସାଧୁ ଅଙ୍କିତଙ୍କୁ ଧରିପକାଇ ରାସ୍ତାରେ କଚାଡି ଦେଇଥିଲେ । ବାରମ୍ବାର ଏପରି କରିବାରୁ ଘଟଣାସ୍ଥଳରେ ଅଙ୍କିତଙ୍କର ମୃତ୍ୟୁ ହୋଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ରହସ୍ୟ, ଚାକିରି ପାଇଁ ଡାକି ଜୀବନ ନେଇଥିଲା ଅଭିଯୁକ୍ତ

ଏସପି ଦେହାତ ତ୍ରିଗୁଣ ବିସେନ କହିଛନ୍ତି ଯେ, ରାଧା କୁଣ୍ଡରେ ଜଣେ 5 ବର୍ଷର ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶିଶୁର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । ହତ୍ୟାକାରୀକୁ ପଚରା ଉଚରା କରାଯିବା ପରେ ଗିରଫ କରାଯିବ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସାଧୁ ଜଣଙ୍କ ମଧ୍ୟପ୍ରଦେଶର ।

ABOUT THE AUTHOR

...view details