ଓଡିଶା

odisha

ETV Bharat / bharat

ଦୁର୍ନୀତି ବୃଦ୍ଧି ନେଇ ଚିନ୍ତାରେ ସାଧୁ, କାଟିଲେ ହାତ ପାପୁଲି - ଅଯୋଧ୍ୟାରେ ହାତ କାଟିଲେ ସାଧୁ

ଦେଶରେ ବଢ଼ୁଥିବା ଦୁର୍ନୀତିକୁ ନେଇ ଚିନ୍ତାରେ ସାଧୁ । ବିରକ୍ତି ପ୍ରକାଶ କରି ହାତ ପାପୁଲି କାଟିଲେ । ଅଧିକ ପଢ଼ନ୍ତୁ

Sadhu cut his hand because of increased corruption in Ayodhya
ଦୁର୍ନୀତି ଅଭିଯୋଗର ହେଲାନି କାର୍ଯ୍ୟାନୁଷ୍ଠାନ, ପାପୁଲି କାଟିଲେ ସାଧୁ

By

Published : Oct 3, 2022, 9:32 PM IST

ଲକ୍ଷ୍ନୌ:ଅଯୋଧ୍ୟାର ସରାୟୁ ଘାଟରେ ଜଣେ ସାଧୁ ନିଜ ହାତ ପାପୁଲିକୁ କାଟିଛନ୍ତି । ସାଧୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସାଧୁ ଜଣକ ବିହାର ସିମରନୀ ଜିଲ୍ଲା ସମାଜସେବୀ ଗ୍ରାମପଞ୍ଚାୟତର ବିମଳ କୁମାର ବୋଲି ଜଣାପଡ଼ିଛି ।

ସାଧୁଙ୍କ ପକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଚିଠି ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନା, ସ୍ବଚ୍ଛ ଭାରତ ମିଶନ, ସୁକନ୍ୟା ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ ସାଧୁ । ଏହାକୁ ନେଇ ସେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଆସୁଥିଲେ । ତେବେ କୌଣସି ସୁଫଳ ନମିଳିବାରୁ ସେ ଶେଷରେ ବିରକ୍ତି ଭାବ ପ୍ରକାଶ କରି ସେ ନିଜ ହାତ ପାପୁଲି କାଟି ଦେଇଛନ୍ତି ।

ସାଧୁ ଜଣକ ନିଜ ଡାହାଣ ହାତ ପାପୁଲି କାଟି ଦେଇ ପଡ଼ି ରହିଥିଲେ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ସାଧୁଙ୍କ ଅବସ୍ଥା ଗୁରୁତର ରହିଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର । ସେପଟେ ଏହାକୁ ନେଇ ସାଧୁଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି ।

ସାଧୁ ଜଣକ ନିଜ ହାତ କାଟିବା ପୂର୍ବରୁ ଗଙ୍ଗାରେ ବୁଡ଼ ପକାଇଥିଲେ । ଏହାପରେ ହାତ କାଟି ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, "ସାଧୁ ବେଶଧାରୀ ବ୍ୟକ୍ତି ଜଣକ ବିହାର ବାସିନ୍ଦା ବୋଲି ଜଣାପଡ଼ିଛି । କୌଣସି ଦୁର୍ନୀତିକୁ ନେଇ ଅସ୍ଥିର ରହିଥିଲେ । ସେ ମାନସିକ ଭାରେ ରୋଗାଗ୍ରସ୍ତ ଭଳି ମନେ ହେଉଛି । ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।"

ABOUT THE AUTHOR

...view details