ଓଡିଶା

odisha

By

Published : Jan 10, 2022, 5:32 PM IST

ETV Bharat / bharat

Punjab Drugs Case: ଅକାଳି ନେତା ବିକ୍ରମ ସିଂ ମାଜିଥିଆଙ୍କୁ ଅନ୍ତରୀଣ ଜାମିନ

ଡ୍ରଗ୍ସ କେସରେ ଛନ୍ଦି ହୋଇଥିବା ଶିରୋମଣୀ ଅକାଳୀ ଦଳ (SAD) ନେତା ବିକ୍ରମ ସିଂ ମାଜିଥିଆଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ । ଅଧିକ ପଢନ୍ତୁ

ଅନ୍ତରୀଣ ଜାମିନ ପାଇଲେ ଅକାଳି ନେତା ବିକ୍ରମ ସିଂ ମନଜିତିଆ
ଅନ୍ତରୀଣ ଜାମିନ ପାଇଲେ ଅକାଳି ନେତା ବିକ୍ରମ ସିଂ ମନଜିତିଆ

ଚଣ୍ଡିଗଡ:ଡ୍ରଗ୍ସ କେସରେ ଛନ୍ଦି ହୋଇଥିବା ଶିରୋମଣୀ ଅକାଳୀ ଦଳ(SAD) ନେତା ବିକ୍ରମ ସିଂ ମାଜିଥିଆଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ । ଆଜି (ସୋମବାର) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ବାରା ମାଜିଥିଆଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ପଞ୍ଜାବ ପୋଲିସ ଏକ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଜିଥିଆଙ୍କୁ ବୁକ୍ କରିଥିଲା ।

ତେବେ ଏହାକୁ ମାଜିଥିଆଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ବୋଲି ଦାବି କରିଆସୁଛି ଅକାଳୀ ଦଳ । ତେବେ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ସେ ପୋଲିସକୁ ତଦନ୍ତରେ ସହଯୋଗ କରିବେ । ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଆଧାରରେ ମାଜତିଆଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆକ୍ଟ (NDPS) ଅଧିନିୟମର ଧାରା 25/27A /29 ଅନୁଯାୟୀ ବୁକ୍ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details