ଚଣ୍ଡିଗଡ: ପଞ୍ଜାବର ଅମୃତସରରେ ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପରିସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମନ୍ଦିରରେ ପ୍ରବେଶ କରି ଜଣେ ବ୍ୟକ୍ତି ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ଗ୍ରନ୍ଥ 'ଗୁରୁଗ୍ରନ୍ଥ ସାହିବ'କୁ ଅପମାନିତ କରିବାକୁ ଚେଷ୍ଟା କରିବାରୁ ତାକୁ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ରହିଛି ।
Sacrilege Attempt At Golden Temple: ସ୍ବର୍ଣ୍ଣ ମନ୍ଦିରରେ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବାକୁ ଉଦ୍ୟମ, ଯୁବକଙ୍କୁ ପିଟିପିଟି ହତ୍ୟା ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା SGPC କର୍ମୀ ଓ ସେବାୟତମାନେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ମଧ୍ୟ ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ମନ୍ଦିର ପରିସରରେ ଥିବା ଉତ୍ତେଜିତ ଶିଖ ଶ୍ରଦ୍ଧାଳୁ ଉକ୍ତ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଉକ୍ତ ଯୁବକର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସୂଚନାନୁସାରେ, ସନ୍ଧ୍ୟା ପ୍ରାୟ ୬ ସମୟରେ ଅଭିଯୁକ୍ତ ଯୁବକ ଜଣଙ୍କ ଗ୍ରୀଲ୍ ପାର ହୋଇ ‘ଗୁରୁଗ୍ରନ୍ଥ ସାହିବ’ ନିକଟରେ ପହଞ୍ଚିଥିବାବେଳେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକ । ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲେ ସୁଦ୍ଧା କ୍ରୋଧିତ ଶିଖମାନେ ଉକ୍ତ ଯୁବକକୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ । ତେବେ ଧର୍ମଗ୍ରନ୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମଧ୍ୟ ଜଣାପଡିଛି ।
ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ବିଜେପି ନେତା ମଞ୍ଜିନ୍ଦର ସିଂ ସିର୍ସା ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହ ଏଭଳି ଘଟଣା ପଛରେ ଷଡଯନ୍ତ୍ର ରହିଥିବା କହିଛନ୍ତି । କିଛି ଦିନ ପୂର୍ବରୁ ବଳି ଦେବା ନେଇ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ବିଷୟରେ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଥିବା ମଧ୍ୟ କହିଛନ୍ତି ମଞ୍ଜିନ୍ଦର । ତେବେ ଆଜି ଘଟିଥିବା ଘଟଣାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସିର୍ସା । ତେବେ ଘଟଣା ପରେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ