ନୂଆଦିଲ୍ଲୀ: ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ 7ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯବାନମାନଙ୍କ ବଳିଦାନକୁ କେବେ ଭୁଲି ହେବନି, ଦେଶ ପାଇଁ ତାଙ୍କର ବଳିଦାନ ବୃଥା ଯିବାକୁ ଦିଆଯିବନି ବୋଲି କହିଛନ୍ତି ମୋଦି ।
ଛତିଶଗଡରେ ସୁରକ୍ଷାକର୍ମୀ ଓ ଆତଙ୍କବାଦଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ 7ଜଣ ଯବାନ ଶହୀଦ ହୋଇଥିବାବେଳେ 30ଜଣ ଆହତ ହୋଇଛନ୍ତି । ଏବେ ବି 15 ଜଣ ଯବାନ ନିଖୋଜ ଥିବା ନେଇ ଛତିଶଗଡ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆହତ ହୋଇଥିବା ସମସ୍ତ ଯବାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି ଏନକାଉଣ୍ଟରରେ ଲଢେଇ କରି ଶହୀଦ ହୋଇଥିବା ଯବାନଙ୍କ ପରିବାର ସହିତ ଆମେ ସର୍ବଦା ଅଛୁ ସାହସୀ ସହିଦମାନଙ୍କ ବଳିଦାନକୁ ଆମେ ବୃଥା ଯିବାକୁ ଦିଆଯିବନି ବୋଲି କହିଛନ୍ତି ମୋଦି ।