ଓଡିଶା

odisha

Shocking ! ଚାକିରିରୁ ବାହାର କରିବାରୁ ଓଡିଆ ମହିଳାଙ୍କୁ ଜାଳିଦେଲେ କର୍ମଚାରୀ

By

Published : Apr 28, 2022, 10:32 AM IST

ମହାରାଷ୍ଟ୍ରରେ ଅଭାବନୀୟ ଘଟଣା । ଚାକିରିରୁ ବାହାର କରିବାରୁ ଓଡିଆ ମହିଳାଙ୍କୁ ଜାଳିଦେଲେ ଉତ୍ୟକ୍ତ କର୍ମଚାରୀ । ଅଧିକ ପଢନ୍ତୁ

Shocking: ଚାକିରିରୁ ବାହାର କରିବାରୁ ଓଡିଆ ମହିଳାଙ୍କୁ ଜାଳିଦେଲେ କର୍ମଚାରୀ
Shocking: ଚାକିରିରୁ ବାହାର କରିବାରୁ ଓଡିଆ ମହିଳାଙ୍କୁ ଜାଳିଦେଲେ କର୍ମଚାରୀ

ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ଅଭାବନୀୟ ଘଟଣା । ଚାକିରିରୁ ବାହାର କରିଦେବାରୁ ମହିଳାଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଲେ ଉତ୍ୟକ୍ତ କର୍ମଚାରୀ । ପୀଡିତା ଜଣକ ହେଉଛନ୍ତି ଏକ ଲେଡିଜ୍ ଟେଲର ମାଲିକ ଏବଂ ତାଙ୍କର ଘର ଓଡିଶାରେ । ସେ ପୁଣେ ସ୍ଥିତ ୱାଡଗାଓଁ ଶେରୀ(Wadgaon Sheri) ଅଞ୍ଚଳର ସୋମନାଥ ନଗରରେ ଏକ ଟେଲର ଦୋକାନ ଚଲାଉଥିଲେ । କୌଣସି କାରଣକୁ ନେଇ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ସେ ବାହାର କରିଦେଇଥିଲେ । ଯେଉଁଥିରେ ରାଗିଯାଇ କର୍ମଚାରୀ ଜଣଙ୍କ ମହିଳାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ବଡକଥା ହେଉଛି, ମହିଳା ଜଣକ ଜଳନ୍ତା ଅବସ୍ଥାରେ ଉକ୍ତ କର୍ମଚାରୀଙ୍କୁ ଜାବୁଡି ଧରିନେଇଥିଲେ । ଫଳରେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ ।

ଯାହା ସୂଚନା ରହିଛି, ଗତ ୨୫ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ନିଆଁ ଲାଗିବା ଯୋଗୁଁ ମହିଳାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଭାଗ ପୋଡି ଯାଇଥିଲା । ଯେଉଁ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଅଭିଯୁକ୍ତ କର୍ମଚାରୀ ମଧ୍ୟ ସେହିଦିନ ମଧ୍ୟରାତ୍ରିରେ ପ୍ରାଣ ହରାଇଛନ୍ତି । ମୃତ ମହିଳା ହେଉଛନ୍ତି ୩୨ ବର୍ଷୀୟ ବାଳା ନୋୟା ଜର୍ନି(Bala Noya Journey) ଏବଂ ଅଭିଯୁକ୍ତ କର୍ମଚାରୀ ୩୫ ବର୍ଷୀୟ ମିଲିନ୍ଦ ଗୋବିନ୍ଦ୍ରାଓ ନାଥସାଗାର । ମହିଳା ଜଣେ ଓଡିଆ ହୋଇଥିବାବେଳେ ସେ ୱାଡଗାଓଁ ଶେରି ଅଞ୍ଚଳରେ ରହିଆସୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details