ମୁମ୍ବାଇ:ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ମିଳିବା ଘଟଣାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେ ନିଜର ଦୋଷ ସ୍ବୀକାର କରିଛନ୍ତି । ସେ ସ୍କର୍ପିଓ ଭିତରେ ଧମକ ପତ୍ର ରଖିଥିବା ସ୍ବୀକାର କରିଛନ୍ତି । ତେବେ ଏ ସମ୍ପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ପକ୍ଷରୁ ସୂଚନା ମିଳିଛି ।
ସୂଚନା ଥାଉ କି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ଘର ବାହାରେ ଚଳିତ ବର୍ଷ ଫେବୃଆରୀ 25 ତାରିଖରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଗୋଟିଏ ସ୍କର୍ପିଓ ମିଳିଥିଲା । ତେବେ ଏହି ଗାଡି ଥାନେର ବ୍ୟବସାୟୀ ମନସୁଖ ହିରେନଙ୍କର ବୋଲି ତଦନ୍ତରୁ ଜଣାପଡିଥିଲା । ତେବେ ମନସୁଖଙ୍କ ଏହି ଗାଡି ସେ ଚୋରି ହୋଇଯାଇଥିବା କହିଥିବା ବେଳେ ଗତ ମାର୍ଚ୍ଚ 5 ତାରିଖରେ ତାଙ୍କ ମୃତଦେହ ମୁମ୍ବ୍ରା ଅଞ୍ଚଳରେ ଥିବା ଏକ ନଦୀକୂଳରୁ ମିଳିଥିଲା ।