ବେଙ୍ଗାଲୁରୁ:କ୍ରିକେଟର ଭଗବାନ କୁହାଯାଉଥିବା ଲୋକପ୍ରିୟ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ (God of Cricket Sachin Tendulkar) ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ରାସ୍ତାକଡ଼ରେ କିଛି କ୍ଷଣ ରହି ଚା' ପିଉଛନ୍ତି । ଚା' ପିଇବା ପରେ ସେ ଚା' ବିକାଳୀଙ୍କ ସହିତ ଏକ ସେଲ୍ଫି ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ବେଳେ ସଚିନ କର୍ଣ୍ଣାଟକ ବେଲଗୌମ ଠରେ ଏହି ଚା' ପିଇଥିବା ଜଣାପଡ଼ିଛି ।
God of Cricket: ରାସ୍ତାକଡ଼ରେ ଚା' ପିଇଲେ ସଚିନ, ଭିଡିଓ ଭାଇରାଲ ଏହା ବି ପଢନ୍ତୁ- Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ସଚିନ ମୁମ୍ବାଇରୁ ଗୋଆ ଯାଉଥିବାବେଳେ, ଏକ ଟି ଷ୍ଟଲ ଦେଖିବା ପରେ ସେଠାରେ ରହିଥିଲେ ଏବଂ ଶୀତୁଆ ପାଗରେ ସେଠାରେ ମୃଦୁ ପାନୀୟ ଗରମା ଗରମ ଚା'ର ମଧ୍ୟ ମଜା ଉଠାଇଥିଲେ (Sachin Tendulkar had tea at a roadside stall) । ଚା' ପିଇବା ପରେ ଟି ଷ୍ଟଲ ମାଲିକ ଭାଇଜୁ ନିତୁରକର ତାଙ୍କ ସହ ଏକ ସେଲ୍ଫି ନେବା ସହ ସେଲ୍ଫି ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ । ଏହି ଟି ଷ୍ଟଲଟି ୪ ନମ୍ବର ଜାତୀୟ ରାଜପଥ National Highway 4) ବେଲଗାଭି ଆଉଟର ଜୋନରେ ଥିବା ଜଣାପଡ଼ିଛି ।
ତେବେ ଚା' ମାଲିକଙ୍କ ସହିତ ସଚିନ ସେଲ୍ଫି ନେବା ପରେ ନିଜ ପରିବାର ସହିତ ଗୋଆ ଅଭିମୁଖେ ଯାତ୍ରା କରିଥିଲେ । ଏହି ସେଲ୍ଫି ଭିଡ଼ିଓଟି ( selfie video) ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।