ଓଡିଶା

odisha

ETV Bharat / bharat

Pandora Papers; ସାମ୍ନାକୁ ଆସିଲା ବଡବଡିଆଙ୍କ ଟିକସ ଠକେଇ, କ୍ରିକେଟର ସଚିନ ନାଁ ବି ସାମିଲ - କ୍ରିକେଟର ସଚିନ

ବିଦେଶରେ ପୁଳାପୁଳା ଟଙ୍କା ଜମା ରଖିଛନ୍ତି ବହୁ ପ୍ରତିଷ୍ଠିତ ବ୍ୟକ୍ତି । ରାଜନେତାଠୁ ନେଇ କ୍ରୀଡାବିତ ପାଖିପାଖି ୩୦୦ରୁ ଅଧିକ ବଡବଡିଆ ସାମିଲ ଅଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନାଁ ସାମିଲ । ଅଧିକ ପଢନ୍ତୁ...

୍ପଦକୁ ଆସିଲା ବଡବଡିଆଙ୍କ ଟିକସ ଠକେଇ, କ୍ରିକେଟର ସଚିନ ଓ ସିଙ୍ଗର ଶାକିରାଙ୍କ ନାଁ ସାମିଲ
୍ପଦକୁ ଆସିଲା ବଡବଡିଆଙ୍କ ଟିକସ ଠକେଇ, କ୍ରିକେଟର ସଚିନ ଓ ସିଙ୍ଗର ଶାକିରାଙ୍କ ନାଁ ସାମିଲ

By

Published : Oct 4, 2021, 9:35 AM IST

Updated : Oct 4, 2021, 9:41 AM IST

ନୂଆଦିଲ୍ଲୀ: ବିଦେଶରେ ପୁଳାପୁଳା ଟଙ୍କା ଜମା ରଖିଛନ୍ତି ବହୁ ପ୍ରତିଷ୍ଠିତ ବ୍ୟକ୍ତି । ରାଜନେତାଠୁ ନେଇ କ୍ରୀଡାବିତ ପାଖିପାଖି ୩୦୦ରୁ ଅଧିକ ବଡବଡିଆ ସାମିଲ ଅଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ପପ୍ ସିଙ୍ଗର ଡିଭା ଶାକିରା, ଶିଳ୍ପପତି ଅନିଲ ଅମ୍ବାନି, ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭଉଣୀ, ଭାରତର ୬ ଜଣ ରାଜନେତା ଏବଂ ପାକିସ୍ତାନର ୭ ଜଣ ରାଜନେତା ରହିଛନ୍ତି ।

ଏ ବାବଦରେ ତେନ୍ଦୁଲକରଙ୍କ ଓକିଲ କହିଛନ୍ତି ଯେ କ୍ରିକେଟ ତାରକା କରିଥିବା ନିବେଶ ଆଇନଗତ ଏବଂ ଏହା ଟିକସ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ସକିରାଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲ ନିଜର କମ୍ପାନୀଗୁଡିକ ସମ୍ପର୍କରେ ପୂର୍ବରୁ ଘୋଷଣା କରିସାରିଛନ୍ତି ଏବଂ ସେଥିରେ କିଛି ଟିକସ ସୁବିଧା ତାଙ୍କୁ ମିଳୁନାହିଁ ।

ପ୍ରତିଷ୍ଠିତ ବ୍ୟକ୍ତି ମୂଲ୍ୟବାନ ସମ୍ପତ୍ତି ପାଇଁ ବିପୁଳ ଟିକସ ଫାଙ୍କି ଥିବା ନେଇ ପାଣ୍ଡୋରା ପେପର୍ସ ସହିତ ଜଡିତ ଅଛନ୍ତି । ଇଣ୍ଟରନ୍ୟାସନାଲ କନସୋର୍ଟିୟମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟସ (ଆଇସିଆଇଜେ) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି । ଏହି ତାଲିକାକୁ ଆଧାର କରି ପାଣ୍ଡୋରା ପେପର୍ସରେ ଜୋର୍ଡାନର ରାଜା, ୟୁକ୍ରେନ ରାଷ୍ଟ୍ରପତି ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ରହିଛି ।

ଆଇସିଆଇଜେ ପକ୍ଷରୁ କରାଯାଇଥିବା ଏହି ତଦନ୍ତରେ ବିବିସି, ଗାର୍ଡିଆନ, ଇଣ୍ଡିଆନ ଏକ୍ସପ୍ରେସ ସମେତ ୧୫୦ଟି ଗଣମାଧ୍ୟମ ପ୍ରତିନିଧି ସମଗ୍ର ବିଶ୍ବରୁ ସାମିଲ ହୋଇଥିଲେ । ପାଖାପାଖି ୧୧.୯ ନିୟୁତ ଗୋପନୀୟ ଦସ୍ତାବିଜ ଯାଞ୍ଚ କରିବା ସହିତ ଏହି ଗୋପନୀୟ ତଥ୍ୟ ସାମ୍ନାକୁ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Oct 4, 2021, 9:41 AM IST

ABOUT THE AUTHOR

...view details