ଜୟପୁର:ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମନ୍ତ୍ରୀ ପଦରୁ ହଟିବା ପରେ ଶୁକ୍ରବାର ପୂର୍ବ ରାଜସ୍ଥାନରୁ ତାଙ୍କର ପ୍ରଥମ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ପୂର୍ବ ରାଜସ୍ଥାନରେ ତାଙ୍କର ସର୍ବାଧିକ ସମର୍ଥନ ରହିଥିବାରୁ ଏଠାରେ ସେ ପ୍ରଥମେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିବା ପାଇଁ ଚୟନ କରିଛନ୍ତି । ଫେବୃଆରୀ ମାସରେ ପାଇଲଟଙ୍କ ହେବାକୁ ଥିବା 3ଟି କାର୍ଯ୍ୟକ୍ରମ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ଶୁକ୍ରବାର ଦୌସାଠାରେ ରହି ଆୟୋଜିତ ହେବାକୁ ଥିବା କିଷାନ ସମ୍ମଳନୀକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀ ପରେ ଫେବୃଆରୀ 9 ତାରିଖରେ ବାୟାନା ଠାରେ ରହିବେ । ତେବେ ବୟାନାଠାରେ ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ଜନସଭାର ଆୟୋଜନ କରିବେ ବୋଲି ଜଣାପଡିଛି । ସଚିନଙ୍କ ଏହି କାର୍ଯ୍ୟକ୍ରମରେ ତାଙ୍କ ସମର୍ଥକ ତଥା ବୟାନାର ବିଧାୟକ ଅମର ସିଂହ ମଧ୍ୟ ସାମିଲ ହେବେ ।