ଓଡିଶା

odisha

2020 ଦଳୀୟ ବିଦ୍ରୋହ ସମୟରେ ଟ୍ରାକ ହେଉଥିଲା ପାଇଲଟଙ୍କ ଫୋନ !

By ETV Bharat Odisha Team

Published : Dec 6, 2023, 6:39 AM IST

2020 ଦଳୀୟ ବିଦ୍ରୋହ ସମୟରେ ଟ୍ରାକ ହେଉଥିଲା ପାଇଲଟଙ୍କ ଫୋନ । ଅଶୋକ ଗେହେଲଟଙ୍କ ଜଣେ ନିକଟତମ ସହଯୋଗୀଙ୍କ ଚାଞ୍ଚଲ୍ୟକର ବୟାନ । ଅଧିକ ପଢନ୍ତୁ

2020 ଦଳୀୟ ବିଦ୍ରୋହ ସମୟରେ ଟ୍ରାକ ହେଉଥିଲା ପାଇଲଟଙ୍କ ଫୋନ !
2020 ଦଳୀୟ ବିଦ୍ରୋହ ସମୟରେ ଟ୍ରାକ ହେଉଥିଲା ପାଇଲଟଙ୍କ ଫୋନ !

ଜୟପୁର: 2020ରେ ରାଜସ୍ଥାନରେ ଗେହେଲଟଙ୍କ ନେତୃତ୍ବାଧୀନ କଂଗ୍ରେସ ଶାସନରେ ଯେଉଁ ବିଦ୍ରୋହ ଦେଖାଯାଇଥିଲା ସେତେବେଳେ ଯୁବନେତା ସଚିନ ପାଇଲଟଙ୍କ ଗତିବିଧି ଉପରେ ନଜର ରଖାଯାଉଥିଲା । ଏପରିକି ତାଙ୍କ ସଭାସମିତ ଓ କାର୍ଯ୍ୟକଳାପ ସହ ତାଙ୍କ ଫୋନ ମଧ୍ୟ ଟ୍ରାକ କରାଯାଉଥିଲା । ଏବେ ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହୋଇ ଅଶୋକ ଗେହେଲୋଟ କ୍ଷମତାରୁ ହଟିବା ପରେ ତାଙ୍କରି କ୍ୟାମ୍ପରୁ ଏବେ ଏପରି ଚାଞ୍ଚଲ୍ୟକର ସୂଚନା ଆସିଛି । ଯାହା କଂଗ୍ରେସରେ କନ୍ଦଳକୁ ଆହୁରି ବଢାଇବା ପରି ସ୍ଥିତି ସୃଷ୍ଟି କରିଛି ।

ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଓଏସଡି (OSD) ଲୋକେଶ ଶର୍ମା ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି । ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ସଚିନ ଓ ତାଙ୍କ ଅନୁଗତ ବିଧାୟକଙ୍କ ଉପରେ ଗେହେଲଟ ସରକାର କଡ଼ା ନଜର ରଖିଥିଲେ । ସଚିନଙ୍କ ଗୋଷ୍ଠୀର କାର୍ଯ୍ୟକ୍ରମ ଓ ଗତିବିଧିକୁ ଅନୁସରଣ କରାଯାଉଥିଲା । ସଚିନଙ୍କ ଫୋନ୍‌କୁ ମଧ୍ୟ ଟ୍ରାକ୍‌ କରାଯାଉଥିଲା । ତେବେ ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଗେହେଲଟ କ୍ୟାମ୍ପ୍‌ କିମ୍ବା ପାଇଲଟଙ୍କ କ୍ୟାମ୍ପରୁ କୌଣସି ତୁରନ୍ତ ପ୍ରତିକ୍ରିୟା ସାମ୍ନାକୁ ଆସୁନି ।

ଅନ୍ୟପଟେ ଏପରି ତଥ୍ୟକୁ ଲୋକଲୋଚନକୁ ଆଣିଥିବା ଲୋକେଶ ଶର୍ମାଙ୍କ ଭୂମିକାକୁ ମଧ୍ୟ ସନ୍ଦେହ ଘେରକୁ ଆସିଛି । ଚଳିତ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନରେ ଲଢିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ସେ ଟିକେଟ ପାଇନଥିଲେ । ଏଥିପାଇଁ ସେ ଗେହେଲଟଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ନିର୍ବାଚନ ପରାଜୟ ପରେ ଏବେ ରାଜ୍ୟରେ ଗେହେଲଟଙ୍କ କ୍ଷମତାର ଯୁଗ ମଧ୍ୟ ଶେଷ ହୋଇଛି । ତେଣୁ ଏବେ ଏହି କଥା ମାଧ୍ୟମରେ ଗେହେଲଟଙ୍କ ଭାବମୂର୍ତ୍ତିକୁ ଟାର୍ଗେଟ କରିବାକୁ ଚାହୁଁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏବେ ସୁଦ୍ଧା ପାଇଲଟ ଓ ଗେହେଲଟ କୌଣସି ପ୍ରତିକ୍ରିୟା ରଖିନଥିଲେ ସୁଦ୍ଧା ଏହା କଂଗ୍ରେସ କ୍ୟାମ୍ପରେ କନ୍ଦଳକୁ ଆହୁରି ବଢାଇବା ଆରୋପ ପ୍ରତ୍ୟାରୋପ ରାଜନୀତି ସ୍ଥିତି ସୃଷ୍ଟି କରିବା ପ୍ରାୟତଃ ସ୍ପଷ୍ଟ ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀନଗର-ଲେହ ହାଇଓ୍ବେରେ ଖାଇକୁ ଖସିଲା କାର: 7 ପର୍ଯ୍ୟଟକ ମୃତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2018ରେ ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବା ପରେ ଗେହେଲଟ ଓ ପାଇଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ଗେହେଲଟଙ୍କ ସପକ୍ଷରେ ଯିବା ପରେ ସେ ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲେ ସୁଦ୍ଧା ଏହା ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ସଚିନ ଓ ତାଙ୍କ ସମର୍ଥିତ ବିଧାୟକ ଗୋଷ୍ଠୀ ବିଦ୍ରୋହ କରିବା ସ୍ଥିତିକୁ ଆସିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହାକୁ ମ୍ୟାନେଜ କରିବାରେ କଂଗ୍ରେସ ସଫଳ ହୋଇଥିଲା । ଗତ 5 ବର୍ଷ ଉଭୟ ମଧ୍ୟରେ ବିବାଦ ଲାଗି ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details