ଜୟପୁର: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭାରତ ଯୋଡ ଯାତ୍ରା(Bharat Jodo Yatra) ଶେଷ ହେବାକୁ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଚାଲିଥିବା ଭାରତ ଯୋଡ ଯାତ୍ରା ବର୍ତ୍ତମାନ ରାଜସ୍ଥାନରେ ଜାରି ରହିଛି । ଆଜି ସକାଳେ ଏହି ଯାତ୍ରା ରାଜସ୍ଥାନର ଦଉସାରୁ ଆରମ୍ଭ ହୋଇଥିବା ବେଳେ ଏକ ଭିନ୍ନ ସ୍ଲୋଗାନ ଦେଖିବାକୁ ମିଳିଥିଲା । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟକୁ କଟାକ୍ଷ କରି କଂଗ୍ରେସର ପୂର୍ବତନ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଜୟଜୟକାର କରିଥିଲେ କର୍ମୀ । ସଚିନ ପାଇଲଟ ଜିନ୍ଦାବାଦ ଜିନ୍ଦାବାଦ(Sachin Pilot zindabad) ନାରା ଦେଇଥିଲେ ।
ହଜାର ହଜାର କର୍ମୀ ଏହି ଯାତ୍ରା ସମୟରେ ସଚିନ ପାଇଲଟ ଜିନ୍ଦାବାଦ ଏବଂ ହାମାରା ସିଏମ କୈଶା ହୋ ? ସଚିନ ପାଇଲଟ ଜୈଶା ହୋ(Hamara CM kaisa ho? Sachin Pilot jaisa ho) ସ୍ଲୋଗାନ ଦେଇଥିଲେ । ଏହାର ଅର୍ଥ ହେଲା ଆମର ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଭଳି ହେବା ଦରକାର ବୋଲି ନାରା ଦେଇଥିଲେ କର୍ମୀ । ତେବେ ଏଥିରୁ ବାରି ହୋଇଯାଉଛି ଯେ ରାଜସ୍ଥାନ କଂଗ୍ରେସରେ ଅନ୍ତଃକନ୍ଦଳ ଜାରି ରହିଛି । କିନ୍ତୁ ଏଠାରେ ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଗଣମାଧ୍ୟକୁ ସାକ୍ଷାତକାର ଦେବା ସମୟରେ ପାଇଲଟଙ୍କୁ ବିଶ୍ବାସଘାତକତା କହିବା ସହ ଏଭଳି ବ୍ୟକ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି କହିଥିଲେ ଗେହଲଟ ।
ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ