ଓଡିଶା

odisha

ETV Bharat / bharat

Rajasthan Politics: ନିଜସ୍ବ ଦଳ ଗଠନ କରିବେ ସଚିନ ପାଇଲଟ, 11ରେ ଘୋଷଣା ! - ରାଜସ୍ଥାନ ରାଜନୀତି

ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ କିଛି ଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ଉଭୟ ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ସମେତ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ଥିଲେ । ବୈଠକ ପରେ କେସି ବେଣୁଗୋପାଳ ରାଜସ୍ଥାନରେ ସବୁ କିଛି ଠିକଠାକ ଥିବା କହିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 6, 2023, 8:52 PM IST

ଜୟପୁର/ଦିଲ୍ଲୀ: କଂଗ୍ରେସରୁ ଟେକଅପ କରିବେ କି ପାଇଲଟ? ରାଜସ୍ଥାନ ରାଜନୀତିରେ ଘଟିବ କି ନୂଆ ଘଟଣା । ନୂଆ ଦଳ ଗଠନ କରିବେ ଚର୍ଚିତ କଂଗ୍ରେସ ନେତା ସଚ୍ଚିନ ପାଇଲଟ । ରାଜସ୍ଥାନ କଂଗ୍ରେସ ହେବ କି ଦୁଇଭାଗ । ଅସନ୍ତୁଷ୍ଟ ଥିବା ସଚିନ ପାଇଲଟ ଛାଡିବେ କି ଦଳ? କ୍ଷମତା ଲଢେଇକୁ ନେଇ ଦୁଇ ବର୍ଷ ହେଲା ରନୱେରେ ଅଟକିଛନ୍ତି ରାଜସ୍ଥାନ କଂଗ୍ରେସର ଯୁବ ଚେହେରା ସଚିନ ପାଇଲଟ । କୌଣସି ମୁହୁର୍ତ୍ତରେ ବି ଟେକଅପ କରିପାରନ୍ତି ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହିତ ଲାଗିରହିଥିବା ବିବାଦକୁ ନେଇ ଆଗାମୀ ସପ୍ତାହରେ ବଡ ନିଷ୍ପତି ନେବାକୁ ଯାଉଛନ୍ତି ପାଇଲଟ ।

ଖବର ଅନୁସାରେ ଖୁବଶୀଘ୍ର ଦଳ ଛାଡିବାକୁ ଯାଉଛନ୍ତି ପାଇଲଟ । ଏଥିପାଇଁ ଦୀର୍ଘଦିନ ହେଲା ମାନସିକସ୍ତରରେ ପ୍ରସ୍ତୁତ ହେଉଥିଲେ । କଂଗ୍ରେସ ଛାଡି ନିଜସ୍ବ ଦଳ ଗଠନ କରିପାରନ୍ତି ପାଇଲଟ। ପ୍ରଗତିଶୀଳ କଂଗ୍ରେସ ଓ ଅନ୍ୟ ଗୋଟିଏ ନୂଆ ଦଳ ଗଠନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦୁଇଟି ରେଜିଷ୍ଟ୍ରେସନ ହୋଇଥିବା ମଧ୍ୟ ଚର୍ଚା ଚାଲିଛି ।

ଆସନ୍ତା 11 ଜୁନରେ ଦିବଂଗତ କଂଗ୍ରେସ ନେତା ରାଜେଶ ପାଇଲଟଙ୍କ ପୁଣ୍ୟତିଥୀ । ନିଜ ପିତାଙ୍କ ପୁଣ୍ୟତିଥୀରେ ସଚିନ କଂଗ୍ରେସ ଛାଡି ନୂଆ ଦଳ ଗଠନ ନେଇ ଘୋଷଣା କରିପାରନ୍ତି । ଏହି ଦିନ ନିଜ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନ ସଚିନ ଏକ ବିରାଟ ସମାବେଶର ଆୟୋଜନ କରିଛନ୍ତି । ଏହି ଦିନ ହିଁ କିଛି ବଡ ନିଷ୍ପତି ନେଇପାରନ୍ତି ସଚିନ ।

ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ କିଛି ଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ଉଭୟ ଅଶୋକ ଗେହେଲଟ ଓ ସଚିନ ପାଇଲଟଙ୍କ ସମେତ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ଥିଲେ । ବୈଠକ ପରେ କେସି ବେଣୁଗୋପାଳ ରାଜସ୍ଥାନରେ ସବୁ କିଛି ଠିକଠାକ ଥିବା କହିଥିଲେ । କିନ୍ତୁ ଏହି ବୈଠକର ଦୁଇ ଦିନ ପରେ ସଚିନ ପାଇଲଟ ଭ୍ରଷ୍ଟାଚାର ପ୍ରସଙ୍ଗକୁ ନେଇ ନିଜ ପୁରୁଣା ଭୂମିକାକୁ ଫେରିଥିଲେ । କହିଥିଲେ ଭ୍ରଷ୍ଟାଚାର ପ୍ରସଙ୍ଗରେ ସେ ଚୁପ ବସିବେ ନାହିଁ ।

ଗତମାସରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସଚିନ ପାଇଲଟ 5 ଦିନ ଧରି ପଦଯାତ୍ରା କରିଥିଲେ । ସେତେବେଳେ ମଧ୍ୟ ଇଟିଭି ଭାରତରେ ‘‘ସଚିନ ପାଇଲଟ ନୂଆ ଦଳ ଗଠନ ପ୍ରସ୍ତୁତିରେ’ ବୋଲି ଏକ ଖବର ପ୍ରସାରଣ ହୋଇଥିଲା । ଏବେ ଧୀରେ ଧୀରେ ସଚିନ ପାଇଲଟଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଛି । ଆଉ ଏକ ସୂତ୍ର ଅନୁସାରେ ବିଶିଷ୍ଟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଏକ ଟିମ ବର୍ତ୍ତମାନ ପାଇଲଟଙ୍କ ପାଇଁ କାମ ଆରମ୍ଭ କରିଛନ୍ତି । ଟିମ ପିକେଙ୍କ ପରାମର୍ଶ ଆଧାରରେ ସଚିନ ପାଇଲଟ ଆଗକୁ ବଢୁଛନ୍ତି । ନିଜ ଦାବିକୁ ନେଇ ଦଳରେ ବାରମ୍ବାର ଦାବି କରିବା ସତ୍ବେ କୌଣସି ଫଳପ୍ରଦ ନହେବାରୁ ଶେଷରେ ସଚିନ ନିଜ ରାସ୍ତା ବାଛିଥିବା କୁହାଯାଉଛି ।

ଯଦି ଚର୍ଚା ସତ ହୁଏ, ସଚିନ ପାଇଲଟ କଂଗ୍ରେସ ଛାଡନ୍ତି ଆଉ ନିଜ ଦଳ ଗଠନ କରନ୍ତି, କିଏ ଲାଭରେ ରହିବେ । କଂଗ୍ରେସ ନା ସଚିନ ପାଇଲଟ? ଏହାବି ପ୍ରଶ୍ନ ଉଠୁଛି ଦଳ ଛାଡିଲେ ଦଳୀୟ ବିଧାୟକ ପାଇଲଟଙ୍କୁ ସାଥ ଦେବେ ତ? ନିର୍ବାଚନୀ ବର୍ଷରେ ପାଇଲଟ ନୂଆ ଦଳ ଗଠନ କରି ସଫଳ ହେବେତ? ଯଦି ସଚିନ ଦଳ ଛାଡନ୍ତି ପଞ୍ଜାବ ପରି ରାଜସ୍ଥାନ କଂଗ୍ରେସର ସ୍ଥିତି ହେବ ନି ତ?

ABOUT THE AUTHOR

...view details