ଓଡିଶା

odisha

By

Published : Feb 8, 2021, 9:40 PM IST

ETV Bharat / bharat

ସଂସଦରେ ଭାରତର ବିଶିଷ୍ଟ ବ୍ୟକ୍ତିଙ୍କୁ କଂଗ୍ରେସର ଅପମାନ, ଗ୍ରେଟା ସମର୍ଥନରେ ଅଧିର ରଞ୍ଜନ

ଅଧିର ରଞ୍ଜନ ଚୌଧୁରୀ ସୋମବାର ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିଶିଷ୍ଟ ଗାୟିକା ଲତା ମଙ୍ଗେଶକରଙ୍କ ଭଳି ସେଲିବ୍ରିଟିମାନେ ଭ୍ରମିତ ହେଉଛନ୍ତି । ଚାଷୀଙ୍କ ସପକ୍ଷରେ କହିଥିବା ଜଣେ 18 ବର୍ଷୀୟ ଝିଅଙ୍କୁ ଶତ୍ରୁ ଭାବରେ ବିବେଚନା କରାଯାଉଛି ବୋଲି କହିଛନ୍ତି ଅଧିର ରଞ୍ଜନ । ଅଧିକ ପଢନ୍ତୁ...

ସଂସଦରେ ଭାରତର ବିଶିଷ୍ଟ ବ୍ୟକ୍ତିଙ୍କୁ କଂଗ୍ରେସର ଅପମାନ, ଗ୍ରେଟା ସମର୍ଥନରେ ଅଧିର ରଞ୍ଜନ
ସଂସଦରେ ଭାରତର ବିଶିଷ୍ଟ ବ୍ୟକ୍ତିଙ୍କୁ କଂଗ୍ରେସର ଅପମାନ, ଗ୍ରେଟା ସମର୍ଥନରେ ଅଧିର ରଞ୍ଜନ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଆଳରେ ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଥିବା କଂଗ୍ରେସ ଏବେ ଭାରତର ବ୍ୟକ୍ତିବିଶେଷଙ୍କୁ ଅପମାନିତ କରିବାକୁ ପଛାଇନାହିଁ । ରବିବାର ପର୍ଯ୍ୟାବରଣ ସାମାଜିକ କର୍ମୀ ଗ୍ରେଟା ଥନବର୍ଗଙ୍କ ବୟାନର ସମର୍ଥନ କରି ଭାରତର ବଡ ବ୍ୟକ୍ତିତ୍ବଙ୍କୁ ସଂସଦରେ ଅପମାନିତ କରିଛି କଂଗ୍ରେସ । ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିଶିଷ୍ଟ ଗାୟିକା ଲତା ମଙ୍ଗେଶକରଙ୍କ ଭଳି ସେଲିବ୍ରିଟିମାନେ ଭ୍ରମିତ ହେଉଛନ୍ତି ।

ଆମେରିକାର ପପ ତାରକା ରିହାନା ଏବଂ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ଟ୍ୱିଟର ବିରୋଧରେ ପରେ ସୋସିଆଲ ମିଡିଆରେ ବହୁ ଭାରତୀୟ ସେଲିବ୍ରିଟି ଦେଶର ଅଖଣ୍ଡତା ବଜାୟ ରଖିବାକୁ ଟ୍ବିଟ କରିଥିଲେ । ତେବେ ଏହାକୁ ନେଇ ଅଧିର ରଞ୍ଜନ କହିଛନ୍ତି, ସଚିନ ତେନ୍ଦୁଲକର ଏବଂ ଲତା ମଙ୍ଗେଶକରଙ୍କ ପରି ସେଲିବ୍ରିଟିମାନେ ଭ୍ରମିତ ହେଉଛନ୍ତି । ଆମ ଦେଶ ଏତେ ଦୁର୍ବଳ ଯେ ଚାଷୀଙ୍କ ସପକ୍ଷରେ କହିଥିବା ଜଣେ 18 ବର୍ଷୀୟ ଝିଅଙ୍କୁ ଶତ୍ରୁ ଭାବରେ ବିବେଚନା କରାଯାଉଛି ବୋଲି ଆଦୀର ଅଧିର ରଞ୍ଜନ ନିଜ ସମ୍ବୋଧନରେ କହିଛନ୍ତି ।

ସେପଟେ ଚାଷୀ ଆନ୍ଦୋଳନରେ ଅନ୍ତରାଷ୍ଟ୍ରୀୟ ସେଲିବ୍ରିଟିଙ୍କ ହସ୍ତକ୍ଷପ ବିରୋଧରେ ସଚିନ ତେନ୍ଦୁଲକର, ଲତା ମଙ୍ଗେସକର ଓ ଅକ୍ଷୟ କୁମାର ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ଭାରତର ଅଖଣ୍ଡତା ସପକ୍ଷରେ ହୋଇଥିବା ଟ୍ବିଟ୍‌ର ଯାଞ୍ଚ କରିବାକୁ ଆଦେଶ ନେଇଛନ୍ତି ମହାରାଷ୍ଟ୍ର ସରକାର ।

ପୂର୍ବରୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନପୁରାଇବାକୁ ବୈଦେଶିକ ମନ୍ତ୍ରଣାଳୟ ବିଦେଶୀ ସେଲିବ୍ରିଟିଙ୍କୁ ଚେତାବନୀ ଦେବା ସତ୍ତ୍ବେ ଭାରତ ଭିତରେ କଂଗ୍ରେସ ସେପରେ ସେଲିବ୍ରିଟିଙ୍କୁ ସମର୍ଥନ କରିବା ନିଶ୍ଚତ ଭାବରେ ଆଶ୍ଚର୍ଯ୍ୟର ବିଷୟ ବୋଲି କୁହାଯାଇପାରେ ।

ABOUT THE AUTHOR

...view details