ପାଟନା:ପୁଣି ବିଶ୍ବ ରେକର୍ଡ ରଚିଲେ ଭାରତୀୟ ମହିଳା । ବିଶ୍ବର ସବୁଠାରୁ ଉଚ୍ଚତମ ରାସ୍ତା ଉମଲିଙ୍ଗ ଲାରେ ଦୌଡି ଏହାକୁ ଅତିକ୍ରମ କରି ଏହି ରେକର୍ଡ କରିଛନ୍ତି । ପ୍ରଥମ ମହିଳା ଭାବରେ ବିହାରର ସାଇକେଲ ଚାଳକ ସବିତା ମହତୋ ଏହି ରେକର୍ଡ କରିବା ସହ ନାରୀ ସଶକ୍ତିକରଣର ଉଦାହରଣ ପାଲଟିଛନ୍ତି ।
ବିହାର ଛପରାର ପାନାପୁର ଗାଁରେ ରହୁଥିବା ସବିତା ମହତୋ ବିଶ୍ବର ପ୍ରଥମ ମହିଳା ଭାବରେ ଦୁନିଆର ସବୁଠାରୁ ଉଚ୍ଚତମ ମଟୋରୋ ଚାଳିତ ରାସ୍ତା ଉମଲିଙ୍ଗ ଲାରେ ଦୌଡି ଏହାକୁ ଅତିକ୍ରମ କରିଛନ୍ତି । ତେବେ ସେଠାରେ ପହଞ୍ଚିବା ପାଇଁ ସବିତାଙ୍କୁ 19 ଦିନ ସମୟ ଲାଗିଥିଲା । ସେ ଅଗଷ୍ଟ 19ରେ ମୋନାଲିରୁ ନିଜର ଦୌଡ଼ିବା ଆରମ୍ଭ କରିଥିଲେ । ଏହାସହ ସେପ୍ଟେମ୍ବର 5ରେ ଦୁନିଆର ସବୁଠାରୁ ଉଚ୍ଚ ରାସ୍ତା ଉମଲିଙ୍ଗ ଲାରେ ପହଞ୍ଚି ଇତିହାସ ରଚିଛନ୍ତି ।
ସବିତା ମୋହତ କହିଛନ୍ତି, ‘‘ଦୁନିଆର ସବୁଠାରୁ ଉଚ୍ଚତମ ରାସ୍ତାକୁ ଅତିକ୍ରମ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଉମଲିଙ୍ଗ ଲାର ଦୂରତା ସମୁଦ୍ର ପତ୍ତନ ଠାରୁ 19024 ଫୁଟ ଅଟେ । ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସବିତା ମନାଲି ଠାରୁ ଦୌଡ଼ିବା ଆରମ୍ଭ କରିଥିଲି । 100 କି.ମି ଅତିକ୍ରମ କରିବା ପରେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ ହୋଇଥିଲା । ଏହାସହ ପାଣିପାଗର ସ୍ଥିତି ମଧ୍ୟ ସମସ୍ୟା ଉପୁଜାଇଥିଲା । କାରଣ ସେତେବେଳେ ପ୍ରବଳ ବର୍ଷା ହେଉଥିଲା । ଦେଶର ପ୍ରଥମ ମହିଳା ଭାବରେ ଦୁନିଆର ସବିଠାରୁ ଉଚ୍ଚତମ ରାସ୍ତା ଅତିକ୍ରମ କରିଥିବାରୁ ବହୁତ ଖୁସି ଅନୁଭବ କରୁଛି ।’’
ସବିତାଙ୍କ ଏହି ମିଶନରେ ସୁଲଭ ଆନ୍ତର୍ଜାତିକ ସାମାଜିକ ସେବା ସଂଗଠନର ବହୁତ ବଡ଼ ଅବଦାନ ରହିଛି । ପୂର୍ବରୁ ସବିତା 2022 ଜୁନ 5ରେ ଦୁନିଆର ସବିଠାରୁ ଉଚ୍ଚତମ ରାସ୍ତାକୁ ଚଢ଼ିବା ପାଇଁ ସାଇକେଲ ଯୋଗେ ଦିଲ୍ଲୀରୁ ବାହାରିଥିଲେ । 2022 ଜୁନ 28 ରେ 5798 ମିଟର ରାସ୍ତାକୁ ସାଇକେଲରେ ଅତିକ୍ରମ କରି ଇତିହାସ ରଚିଥିଲେ।