ଥିରୁଅନନ୍ତପୁରମ:ଖୋଲିଲା ସାବରିମାଳା ମନ୍ଦିର । ଆଜିଠୁ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇଛି। ମାକାରାଭିଲାକୁ ପୂଜା ପାଇଁ ଗୁରୁବାର ସନ୍ଧ୍ୟାରୁ ମନ୍ଦିର ଖୋଲିଛି । ମନ୍ଦିର ମୁଖ୍ୟ ପୁରୋହିତ ଏନ ପରମେଶ୍ବରନ ନାମବୋଧିରଙ୍କ ଉପସ୍ଥିତିରେ ମନ୍ଦିର ଖୋଲିଛି ।
ମନ୍ଦିର ଖୋଲିବା ପରଠୁ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଆଜି ସକାଳୁ ସକାଳୁ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ସାବରିମାଳାରେ ମାକାରାଭିଲାକୁ ପୂଜା କରାଯାଏ । ଏହା ସେଠାକାର ବାର୍ଷିକ ପୂଜା । ଜାନୁଆରୀ ୧୯ ଯାଏ ଭକ୍ତମାନେ ଦର୍ଶନର ସୁଯୋଗ ପାଇବେ । ଦୀର୍ଘ ଦୁଇବର୍ଷ ପରେ ଏରୁମେଲିରୁ ଭାୟା କାରିମାଳା ଜଙ୍ଗଲୀ ରାସ୍ତା ଦେଇ ଯାତାୟତ କରିବାକୁ ଅନୁମତି ମିଳିଛି ।