ଥିରୁଅନନ୍ତପୁରମ:କେରଳର ବିଶ୍ବପ୍ରସିଦ୍ଧ ସାବରୀମାଳା ମନ୍ଦିର (Sabarimala Temple)ରେ ମଣ୍ଡଳମ (ଏକ ସ୍ବତନ୍ତ୍ର ପୂଜା) ସିଜନ୍ରେ ରେକର୍ଡ । ମନ୍ଦିରରେ ପ୍ରାୟ ୨୨୨.୯୮ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ମଣ୍ଡଳମ ଶେଷ ହେବା ପରେ ମନ୍ଦିର ଆଜିଠୁ ବନ୍ଦ ରହିଛି (Sabarimala Temple closed after Mandalam season ends) । ୩୯ ଦିନ ମଧ୍ୟରେ ୨୨୨.୯୮ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଦର୍ଶନ ପାଇଁ ପ୍ରାୟ ୨୯ ଲକ୍ଷ ଶ୍ରଦ୍ଧାଳୁ ଆସିଥିବା ଜଣାପଡି଼ଛି । ତେବେ ଏ ନେଇ ଟ୍ରାଭାଙ୍କୋର ଦେବାସ୍ବମ ବୋର୍ଡ (Travancore Devaswom Board)ର ସଭାପତି କେ. ଅନନ୍ତଗୋପନ ସୂଚନା ଦେଇଛନ୍ତି ।
ସେପଟେ ହୁଣ୍ଡିରେ ୭୦.୧୦ କୋଟି ଟଙ୍କା ସଂଗ୍ରହ ହୋଇଛି । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ ଚଳିତ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୨୦ ପ୍ରତିଶତ ଶିଶୁ ରହିଥିଲେ । ପୂର୍ବବର୍ଷ କୋଭିଡ଼ ସଂକ୍ରମଣ ନେଇ ମନ୍ଦିରକୁ ଛୋଟ ପିଲାଙ୍କୁ ବାରଣ ଥିବା ବେଳେ ଚଳିତ ବର୍ଷ ଅଧିକାଂଶ ଶ୍ରଦ୍ଧାଳୁ ଆସିଥିବା ନେଇ ସେ କହିଛନ୍ତି । ଏଥିଲାଗି ଶିଶୁଙ୍କ ଲାଗି ସ୍ବତନ୍ତ୍ର ଧାଡ଼ି କରାଯାଇଥିଲା । ଶିଶୁଙ୍କ ବ୍ୟତୀତ ଅନ୍ୟ ବୟସର ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଥିଲା । ସାବରୀମାଳା ମନ୍ଦିରରେ ମଣ୍ଡଳମ ପୂଜା ସୁରୁଖୁରୁରେ ଶେଷ ହୋଇଥିବା ନେଇ ବୋର୍ଡ ସଭାପତି କହିଛନ୍ତି ।